୫୦% ସିଲାବସ ସହିତ ୨ଭାଗରେ ଅନୁଷ୍ଠିତ ହେବ ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୨

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ସିଲାବସ୍ ଯୁକ୍ତିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୧ ବ୍ୟାଚ୍ ପାଇଁ ବୋର୍ଡ ପରୀକ୍ଷା ଦୁଇଟି ଭାଗରେ ୫୦ ପ୍ରତିଶତ ସିଲାବସ୍ ସହିତ ହେବ। ଗୋଟେ ଭାଗରେ ୫୦ପ୍ରତିଶତ ସିଲାବସ ସହିତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ |

ସିବିଏସ୍ଇ ଏକ ବିବୃତ୍ତିରେ କହିଛି ଯେ, ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ବିଷୟଗୁଡ଼ିକର ଅନ୍ତଃ- ସଂଯୋଗକୁ ଦୃଷ୍ଟିରେ ରଖି ବ୍ୟବସ୍ଥିତ ପଦ୍ଧତି ଅନୁସରଣ କରି ସିଲାବସ୍ ଦୁଇଟି ଭାଗରେ ବିଭକ୍ତ ହେବ | ବୋର୍ଡ ପ୍ରତ୍ୟେକ ଅବଧି ଶେଷରେ ସିଲାବସ୍ ଆଧାରରେ ପରୀକ୍ଷା ପରିଚାଳନା କରିବ |

CBSE Class XII Results 2021 LIVE: CBSE Marking Scheme for Class 12, CBSE  latest news today | The Financial Express
The Financial Express

କରୋନା ମହାମାରୀ କାରଣରୁ ସ୍କୁଲରେ ପାଠପଢା ବନ୍ଦ ରହିଛି | ଛାତ୍ରଛାତ୍ରୀ ଏବେ ଅନଲାଇନରେ ପାଠ ପଢୁଛନ୍ତି | ଏଭଳି ସ୍ଥିତିରେ ସେମାନଙ୍କ ଉପରୁ ଚାପ କମ କରିବା ପାଇଁ ଗତବର୍ଷ ସିଲାବସ ୫୦ପ୍ରତିଶତ କମ କରାଯାଇଥିବା ବେଳେ ଚଳିତବର୍ଷ ମଧ୍ୟ ସମାନ ନିଷ୍ପତ୍ତି ନେଇଛି ବୋର୍ଡ |

ସମ୍ବନ୍ଧିତ ଖବର