ଆସନ୍ତାକାଲିଠାରୁ ସିବିଏସ୍ଇ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାଙ୍କନ, ଘରେ ରହି ଖାତା ଦେଖିବେ ବୋର୍ଡ ପରୀକ୍ଷକ

ଘରେ ପହଞ୍ଚିବ ୧.୫କୋଟି ସିବିଏସ୍ଇ ବୋର୍ଡ ପରୀକ୍ଷା ଖାତା

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ (ମେ ୧୦ତାରିଖ) ସିବିଏସ୍ଇ ପରୀକ୍ଷା ଖାତା ମୂଲ୍ୟାଙ୍କନ ପୁନଃ ଆରମ୍ଭ ହେବ ଏବଂ ସିବିଏସ୍ଇ ବୋର୍ଡ ପରୀକ୍ଷକମାନେ ନିଜ ନିଜ ଘରୁ ସିବିଏସ୍ଇ ବୋର୍ଡ ପରୀକ୍ଷା ଖାତାର ମୂଲ୍ୟାଙ୍କନ କରିପାରିବେ। ଶନିବାର ସନ୍ଧ୍ୟାରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ନିଶଙ୍କ ପୋଖରିୟାଲ ଟ୍ୱିଟର ଜରିଆରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଭାରତର ପ୍ରାୟ ୩୦୦୦ ପରୀକ୍ଷା କେନ୍ଦ୍ରରୁ ପ୍ରାୟ ୧.୫କୋଟି ସିବିଏସ୍ଇ ବୋର୍ଡ ପରୀକ୍ଷା ଖାତା ବୋର୍ଡ ପରୀକ୍ଷକଙ୍କ ଘରେ ପହଂଚିବ, ଯାହା ପରେ ସେମାନେ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ କରିବେ।

ପରୀକ୍ଷା ଖାତା ମୂଲ୍ୟାଙ୍କନ ସରିବା ପରେ ଅଧିକାରୀମାନେ ଆସି ବୋର୍ଡ ପରୀକ୍ଷକଙ୍କ ଘରୁ ପରୀକ୍ଷା ଖାତା ସଂଗ୍ରହ କରିବେ। ମାନବ ସମ୍ବଳ ବିକାଶ ମନ୍ତ୍ରୀ ଲକ୍ଡାଉନରେ ଏହି ଅନୁମତି ଦେଇଥିବାରୁ ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି | ଏପରି ହେବା ଦ୍ୱାରା ଛାତ୍ର-ଛାତ୍ରୀମାନେ ସିବିଏସ୍ଇ ବୋର୍ଡ ପରୀକ୍ଷା ଫଳାଫଳ ୨୦୨୦ରେ ପ୍ରକାଶ ପାଇପାରିବେ। ପୋଖରିୟାଲ କହିଛନ୍ତି ଯେ, ସିବିଏସ୍ଇ ପରୀକ୍ଷା ଖାତା ମୂଲ୍ୟାଙ୍କନର ସମ୍ପୂର୍ଣ୍ଣ ପ୍ରକ୍ରିୟା ୫୦ଦିନ ମଧ୍ୟରେ ଶେଷ ହେବା ଉଚିତ୍।

ସୂଚନା ମୁତାବକ, ଶୁକ୍ରବାର ଦିନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଟ୍ୱିଟରରେ ଘୋଷଣା କରିଥିଲେ ଯେ, ଅବଶିଷ୍ଟ ସିବିଏସ୍ଇ ବୋର୍ଡ ପରୀକ୍ଷା ଦ୍ୱାଦଶ (ସମଗ୍ର ଭାରତରେ) ଏବଂ ଦଶମ ଶ୍ରେଣୀର (କେବଳ ଉତ୍ତର ଦିଲ୍ଲୀ ହିଂସା ହେତୁ ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସ୍ଥଗିତ ରଖାଯାଇଛି) ପରୀକ୍ଷା ଜୁଲାଇ ୧ରୁ ଜୁଲାଇ ୧୫ ଭିତରେ କରାଯିବ |

ସମ୍ବନ୍ଧିତ ଖବର