ସିବିଏସ୍‌ଇ ବୋର୍ଡ଼ ପରୀକ୍ଷା‌ ନିଶ୍ଚିତ ହେବ: ସମ୍ପାଦକ

ନୂଆଦିଲ୍ଲୀ: ଚଳିତ ଶିକ୍ଷା ବର୍ଷ ପାଇଁ ସିବିଏସ୍‌ଇର ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ନିଣ୍ ହେବ ଏବଂ ପରୀକ୍ଷା ସୂଚୀ ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନୂତନ ଶିକ୍ଷାନୀତି-୨୦୨୦ ସମ୍ପର୍କିତ ଏକ ୱେବିନାରରେ ଯୋଗଦେଇ ସିବିଏସ୍‌ଇ ସମ୍ପାଦକ ଅନୁରାଗ ତ୍ରିପାଠୀ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତ ବୋଲି କହିଛନ୍ତି। ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ ଶିକ୍ଷାଦାନ କରାଇପାରିଛନ୍ତି। ନୂତନ ଶିକ୍ଷାନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ଶିକ୍ଷା ପରିବର୍ତ୍ତେ ଜ୍ଞାନଭିତ୍ତିକ ଶିକ୍ଷା ପ୍ରଦାନ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର