ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଡୁକେସନ୍ (ସିବିଏସ୍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆସନ୍ତା ମାର୍ଚ ୫, ୨୦୧୮ରୁ ଆରମ୍ଭ ହେବ। ବୁଧବାର ସନ୍ଧ୍ୟାରେ ପରୀକ୍ଷା ନିମନ୍ତେ ସମୟ ନିର୍ଘଣ୍ଟ ଘୋଷଣା କରିଛି ସିବିଏସ୍ଇ।
କାଉନ୍ସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍ସ୍ (ସିଆଇଏସ୍ସିଇ) ମଧ୍ୟ ତା’ଦ୍ୱାରା ପରିଚାଳିତ ଆଇସିଏସ୍ଇ (ଦଶମ) ଏବଂ ଆଇଏସ୍ସି (ଦ୍ୱାଦଶ) ପରୀକ୍ଷା ପାଇଁ ବୁଧବାର ଦିନ ତାରିଖ ଘୋଷଣା କରିଛି। ୨୦୧୮ ଫେବ୍ରୁଆରି ୨୬ ତାରିଖରୁ ଆଇସିଏସ୍ଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ଆଇଏସ୍ସି (ଥିଓରି ପେପର୍ସ) ପରୀକ୍ଷା ୨୦୧୮ ଫେବ୍ରୁଆରି ୧୨ ତାରିଖରୁ ଆରମ୍ଭ ହେବ।
ସ୍କୁଲ୍ଭିତ୍ତିକ ପରୀକ୍ଷା ଉଠାଇ ଦିଆ ଯିବାରୁ ଏ ବର୍ଷ ଠାରୁ ସିବିଏସ୍ଇର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ବୋର୍ଡ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି।
ଏବର୍ଷ ଦଶମ ବୋର୍ଡ ପରୀକ୍ଷା ପାଇଁ ୧୮ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରଥମ ଥର ୧୧ ଲକ୍ଷ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି।
ଫେବ୍ରୁଆରି ୨୬ ତାରିଖରୁ ଆଇସିଏସ୍ଇ ଇଂରାଜୀ ପେପର୍ରୁ ପରୀକ୍ଷା ଆରମ୍ଭ କରିବାକୁ ଯାଇ ମାର୍ଚ ୨୭ ତାରିଖ ଦିନ ଗଣିତ ପରୀକ୍ଷା କରାଇବା ପରେ ମାର୍ଚ ୨୮ ତାରିଖ ଦିନ ପରୀକ୍ଷା ସମାପ୍ତି ଘୋଷଣା କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/eanugvxeha-1464781200.jpg)