ଫେବ୍ରୁଆରି ୨ରେ ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ଆସିବ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଫେବ୍ରୁଆରି ୨ରେ ସିବିଏସଇ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଆସିବ ବୋଲି ଜଣାପଡ଼ିଛି। ଏ ନେଇ ଆଜି ୧,୦୦୦ ସ୍କୁଲ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ । ସେହିପରି ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ।

୨୦୨୧-୨୨ର ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତିକୁ ପାଳନ କରିବା ପାଇଁ ସିବିଏସ୍ଇ ପାଠ୍ୟକ୍ରମରେ ହେବାକୁ ଥିବା ପରିବର୍ତ୍ତନ ଉପରେ ଆଲୋଚନା କରିବାକୁ ଶିକ୍ଷା ମନ୍ତ୍ରୀ ଏକ ଅନଲାଇନ ବୈଠକ କରିଥିଲେ। ଏଥିରେ ୧୦୦୦ରୁ ଅଧିକ ବିଦ୍ୟାଳୟର ପ୍ରିନ୍ସିପାଲ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ କାର୍ଯ୍ୟସୂଚୀ ଘୋଷଣା ସହ ସିବିଏସଇ ଛାତ୍ରଛାତ୍ରୀମାନଙ୍କ ୪୫ବର୍ଷର ରେକର୍ଡକୁ ଡିଜିଟାଲାଇଜ୍ କରାଯିବ ବୋଲି କୁହାଯାଇଛି।

CBSE Board Exams 2021: Education minister to talk about upcoming exams in live session today
Mint

ସମସ୍ତ କୋଭିଡ କଟକଣାକୁ ଅନୁସରଣ କରାଯାଇ ପରୀକ୍ଷା ଆରମ୍ଭ ହେବା ସହ ନିୟମ ପାଳନ ଉପରେ ବିଶେଷ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପୂର୍ବରୁ କରୋନା ପାଇଁ ପରୀକ୍ଷା ବାତିଲ କରାଯିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ ଯେ, ପରୀକ୍ଷାକୁ ବାତିଲ କରି ସବୁ ପିଲାଙ୍କୁ ପାସ କରାଇଲେ ତାହା ପିଲାମାନଙ୍କ ପ୍ରତି ଅବିଚାର ହେବ । କାରଣ ଭବିଷ୍ୟତରେ ସେମାନଙ୍କୁ କୋଭିଡ ସମୟର ପିଲା ବୋଲି କୁହାଯାଇପାରେ । ଏହା ସେମାନଙ୍କୁ ଉଚ୍ଚ ଶିକ୍ଷା, ଚାକିରି ଆଦି ବେଳେ ସମସ୍ୟାରେ ପକାଇପାରେ । ଏଣୁ ପରୀକ୍ଷା କୌଣସି ପରିସ୍ଥିତିରେ ବି ରଦ୍ଦ କରାଯିବ ନାହିଁ।

ସମ୍ବନ୍ଧିତ ଖବର