ସିବିଏସ୍‌ଇ ୧୦ମ ନନ୍ଦିନୀଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ନାହିଁ, ବିନା ଟିଉସନ୍‌ରେ ନିଜ ଶୈଳୀରେ ପଢ଼ୁଥିଲେ

ମିରଟ୍‌ : ମଙ୍ଗଳବାର ସକାଳ ସମୟରେ ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ ବାହାରିଥିବା ବେଳେ ଟପ୍ପର ହୋଇଛନ୍ତି ନନ୍ଦିନୀ ଗର୍ଗ । ଉତ୍ତରପ୍ରଦେଶର ଶାମ୍‌ଲୀରେ ରହୁଥିବା ନନ୍ଦିନୀ ସବୁ ବିଷୟରେ ୧୦୦ମାର୍କ ରଖିଥିବା ବେଳେ କେବଳ ହିନ୍ଦୀରେ ୯୯ମାର୍କ ରଖି ଟପ୍ପର ହୋଇଥିବା ଜଣାପଡ଼ିଛି । ତାଙ୍କ ସହ ଆଉ ୩ ଜଣ ଛାତ୍ରୀ ମଧ୍ୟ ଟପ୍ପର ହୋଇଛନ୍ତି ।

ସିବିଏସ୍‌ଇ ଫଳାଫଳ ପରେ ଗର୍ଗଙ୍କ ପ୍ରତିକ୍ରିୟା ନିଆଯାଇଥିଲା । ସବୁଠାରୁ ଅଧିକ ମାର୍କ ରଖିଥିବାରୁ ସେ ଖୁସି ଥିବା ସହ ତାଙ୍କ ସଫଳତାର ସବୁ ଶ୍ରେୟ ସେ ତାଙ୍କ ପରିାବାରକୁ ଦେଇଥିଲେ । ପରିବାର ଲୋକଙ୍କ ସମର୍ଥନ ପାଇଁ ସେ ଆଜି ଏତେ ବଡ଼ ସଫଳତା ପାଇ ପାରିଛନ୍ତି ବୋଲି କହିଛନ୍ତି ।

Zee News

ପରୀକ୍ଷା ପାଇଁ ନିଜକୁ କେମିତି ପ୍ରସ୍ତୁତ କରିଥିଲେ ବୋଲି ପଚରାଯିବାରୁ, ମୁଁ କେବେ ହେଲେ ପଢ଼ିବା ପାଇଁ ବା ପଢ଼ିବା ସମୟରେ ମୋବାଇଲ ଫୋନ ବ୍ୟବହାର କରି ନାହିଁ । ଏମିତିକି ମୋର ସୋସିଆଲ ମିଡ଼ିଆରେ ମଧ୍ୟ ଆକାଉଣ୍ଟ ନାହିଁ । ପରୀକ୍ଷା ପାଇଁ ମୁଁ ଟିଉସନ୍‌ ନ ଯାଇ ଘରେ ପଢ଼ୁଥିଲି । ନିଜେ ନିଜର ପଢ଼ିବାର ଶୈଳୀ ତିଆରି କରି ମୁଁ ପଢ଼ିବା ଆରମ୍ଭ କରିଥିଲି, ଯାହାର ସଫଳତା ଆଜି ମୋତେ ମିଳିଛି ବୋଲି ନନ୍ଦିନୀ କହିଛନ୍ତି ।

ଭବିଷ୍ୟତରେ ଜଣେ ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିବା ନନ୍ଦିନୀଙ୍କର ଭାରତୀୟ ସଙ୍ଗୀତ ଏବଂ ନୃତ୍ୟ ପ୍ରତି ମଧ୍ୟ ଋଚି ରହିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର