ବଦଳିଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା, ମାର୍କ ଦାଖଲ ତାରିଖ ବଢ଼ାଇଲା ବୋର୍ଡ

ନୂଆଦିଲ୍ଲୀ: ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ମୂଲ୍ୟାଙ୍କନ ପ୍ରକ୍ରିୟା ବଦଳାଇଲା ବୋର୍ଡ | ଏହା ସହ ପରୀକ୍ଷାର ଫଳାଫଳ ଦାଖଲ ପାଇଁ ତାରିଖ ବୃଦ୍ଧି କରିଛି ବୋର୍ଡ | କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସୋମବାର ଏକ ବିଜ୍ଞପ୍ତି ପ୍ରକାଶ କରି କହିଛି, “ବିଦ୍ୟାଳୟଗୁଡ଼ିକରେ ବାକି ଥିବା ପ୍ରାକ୍ଟିକାଲ୍ / ଇଣ୍ଟରନାଲ ଆସେସମେଣ୍ଟ ବର୍ତ୍ତମାନ କେବଳ ଅନଲାଇନ୍ ମୋଡରେ ହେବ ଏବଂ ୨୮.୦୬. ୨୦୨୧ ସୁଦ୍ଧା ଦିଆଯାଇଥିବା ଲିଙ୍କରେ ମାର୍କ ଅପଲୋଡ୍ କରିବାକୁ ହେବ। ପୂର୍ବରୁ, ମାର୍କ ଦାଖଲ କରିବାର ଶେଷ ତାରିଖ ଥିଲା ୧୧.୦୬.୨୦୨୧ | ବିଦ୍ୟାଳୟଗୁଡ଼ିକୁ ୧୧.୦୨.୨୦୨୧ରେ ବୋର୍ଡ ଦ୍ୱାରା ସ୍ଥିର କରାଯାଇଥିବା ସର୍ତ୍ତଗୁଡିକୁ ଅନୁସରଣ କରିବାକୁ ପଡ଼ିବ |

୧.ଥିଓରୀ ଏବଂ ପ୍ରାକ୍ଟିକାଲ୍ / ପ୍ରୋଜେକ୍ଟ / ଇଣ୍ଟରନାଲ ଆସେସମେଣ୍ଟ ପାଇଁ ବିଷୟଗୁଡିକର ତାଲିକା, ପରୀକ୍ଷାର ଅବଧି ଏବଂ ବାହ୍ୟ ପରୀକ୍ଷକ ସିବିଏସଇ ଦ୍ୱାରା ନିଯୁକ୍ତ ହେବେ କି ନାହିଁ, ସେ ନେଇ ସରକାରୀ ୱେବସାଇଟରେ ସବିଶେଷ ତଥ୍ୟ ଉପଲବ୍ଧ ହେବ |

୨. ଯଦି ଏକ୍ସଟରନାଲ ଶିକ୍ଷକମାନେ ଉପଲବ୍ଧ ନାହାନ୍ତି, ତେବେ ଇଣ୍ଟରନାଲ ଶିକ୍ଷକମାନେ ସିବିଏସଇ ବୋର୍ଡ ଦ୍ୱାରା ଉଲ୍ଲେଖିତ ଲିଙ୍କରେ ମାର୍କ ଅପଲୋଡ୍ କରିପାରିବେ |

CBSE Class 12 Board Exam 2021 results: BAD news for Class 12 students - Details here
DNA India

୩. ଯଦି ଏକ୍ସଟରନାଲ ଶିକ୍ଷକମାନେ ସିବିଏସ୍ଇ ଦ୍ୱାରା ନିଯୁକ୍ତ ହୁଅନ୍ତି, ତେବେ ଇଣ୍ଟରନାଲ ଶିକ୍ଷକମାନଙ୍କୁ ସେ ପରାମର୍ଶ ଦେଇ ପରୀକ୍ଷା ତାରିଖ ସ୍ଥିର କରିବେ |

ଆଗକୁ ତାରିଖର କୌଣସି ପରିବର୍ତ୍ତନ ହେବ ନାହିଁ | କରୋନାର ପ୍ରସାରକୁ ବନ୍ଦ କରିବା ପାଇଁ ଶିକ୍ଷକମାନଙ୍କୁ ବୋର୍ଡ ଦ୍ୱାରା ସ୍ଥିର କରାଯାଇଥିବା ନିୟମ ମାନିବାକୁ ପଡ଼ିବ |

ସମ୍ବନ୍ଧିତ ଖବର