ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ । ଦଶମରେ ମୋଟ୍ ପାସ୍ ହାର ୯୩.୬୬ ପ୍ରତିଶତ । ଗତବର୍ଷ ତୁଳନାରେ ବଢିଲା ପାସ୍ ହାର । ଗତବର୍ଷ ୨.୩୭ ପ୍ରତିଶତ ପାସ୍ ହାର ବୃଦ୍ଧି । ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ । ଛାତ୍ରଙ୍କ ତୁଳନାରେ ବି ଛାତ୍ରଙ୍କ ପାସ୍ ହାର ଅଧିକ । ଛାତ୍ରୀଙ୍କ ପାସ୍ ହାର ୯୫ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ ହାର ୯୨.୬୨ ପ୍ରତିଶତ । ଭୁବନେଶ୍ବର ରିଜିଅନରେ ପାସ୍ ହାର ୯୨.୬୪ ପ୍ରତିଶତ ରହିଛି ।

Advertisment

ତେବେ www.cbse.gov.in, cbseresults.nic.in ରେ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ । digilocker.gov.in ସହ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ଦେଖିବା ସହ ମାର୍କସିଟ୍ ଡାଉନଲୋଡ୍ କରିହେବ । ଚଳିତବର୍ଷ ସାରା ଦେଶରେ ୧୮ ଲକ୍ଷରୁ ଅଧିର ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଦେଇଥିଲେ । ସେପଟେ ଆଜି ମଧ୍ୟ ପ୍ରକାଶ ପାଇଛି ସିବିଏସଇ ପରୀକ୍ଷା ଫଳ । ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଦ୍ବାଦଶରେ ପାସ ହାର ୮୮.୩୯ ପ୍ରତିଶତ ରହିଛି ।