ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ୧୦ମ, ୧୨ଶ ବୋର୍ଡ ପରୀକ୍ଷା ତାରିଖ ସୂଚୀ ଘୋଷଣା କରାଯାଇଛି । ସବିଶେଷ ପରୀକ୍ଷାସୂଚୀ ବୋର୍ଡର ଓ୍ବେବସାଇଟ୍ cbse.nic.in ରେ ଉପଲବ୍ଧ ଅଛି ।

Advertisment

ସିବିଏସଇ ୧୦ମ ବୋର୍ଡ ପରୀକ୍ଷା ଫେବ୍ରୁଆରି ୧୫ରୁ ଆରମ୍ଭ ହେବ ଓ ମାର୍ଚ୍ଚ ୨୧ରେ ଶେଷ ହେବ । ସେହିପରି ୧୨ଶ ବୋର୍ଡ ପରୀକ୍ଷା ଫେବ୍ରଆରି ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହେବ ।

ଏସବୁ ପରୀକ୍ଷାର ରୋଲନଂ ଓ ପ୍ରବେଶପତ୍ର (ଆଡମିଟ କାର୍ଡ ) ଆସନ୍ତା ଜାନୁଆରି ମାସରେ ଜାରି କରାଯିବ ବୋଲି ସିବିଏସଇ ସୁତ୍ରରୁ ଜଣାପଡ଼ିଛି ।

୧୦ମ ବୋର୍ଡ ପରୀକ୍ଷା ପେଣ୍ଟିଂ, ରାଇ, ଗୁରୁଙ୍ଗ, ତମାଙ୍ଗ,ସେର୍ପା ଓ ଥାଇ ପେପରରୁ ଆରମ୍ଭ ହୋଇ ଗଣିତରେ ଶେଷ ହେବ । ଅଧିକାଂଶ ପେପରର ସମୟ ୧୦ୟ୩୦ରୁ ଆରମ୍ଭ ହୋଇ ୧.୩୦ରେ ଶେଷ ହେବ । ସେହିପରି ୧୨ଶ ବୋର୍ଡ ଏଣ୍ଟପ୍ରେନ୍ୟୋରସିପରୁ ଆରମ୍ଭ ହୋଇ ସାଇକୋଲୋଜି ପେପରରେ ସମାପ୍ତ ହେବ । ୧୨ଶ ବୋର୍ଡର ଅଧିକାଂଶ ପେପରର ସମୟ ୧୦ୟ୩୦ରୁ ଆରମ୍ଭ ହୋଇ ୧.୩୦ରେ ଶେଷ ହେବ ।

ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ସମୟକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାସୂଚୀ ପ୍ରସ୍ତୁତ କରାଯାଇଥିବା ସିବିଏସସି ପକ୍ଷରୁ କୁହାଯାଇଛି । ପୂର୍ବରୁ ଆଇସିଏସସିର ପରୀକ୍ଷାସୂଚୀ ପ୍ରକାଶିତ ହୋଇସାରିଛି ।