ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷାସୂଚୀ ଘୋଷିତ, ମାର୍ଚ୍ଚ ପହିଲାରୁ ପ୍ରାକ୍ଟିକାଲ୍ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିଷୟ ପାଇଁ ତାରିଖ ସୂଚୀ ଘୋଷଣା କରିଛନ୍ତି ।

ଏହି ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ । ସେହିପରି ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଶିକ୍ଷାମନ୍ତ୍ରୀ ନିଜ ଟ୍ବିଟର ହାଣ୍ଡଲରେ ଏହି ପରୀକ୍ଷା ବିଷୟ ସୂଚୀ ଘୋଷଣା କରିଛନ୍ତି ।

ଗତ ଡିସେମ୍ବର ୩୧ରେ ଶିକ୍ଷାମନ୍ତ୍ରୀ ପରୀକ୍ଷାର ଆରମ୍ଭ ଓ ଶେଷ ତାରିଖ ଘୋଷଣା କରିଥିଲେ, ମାତ୍ର ପରୀକ୍ଷାର  ବିଷୟସୂଚୀ ଘୋଷଣା କରାଯାଇ ନଥିଲା ।

 

ଏହା ସହିତ ସେ ସ୍ପଷ୍ଟ କରିଦେଇଥିଲେ ଯେ ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ହିଁ ହେବ । କାରଣ ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି ।

୧୨ଶ ବୋର୍ଡ ପରୀକ୍ଷାସୂଚୀ

 

୧୦ମ ବୋର୍ଡ ପରୀକ୍ଷାସୂଚୀ

ସମ୍ବନ୍ଧିତ ଖବର