ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷିତ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ୨୦୧୯ର ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷାସୂଚୀ ଘୋଷଣା କରାଯାଇଛି । ସିବିଏସଇ ୧୦ମ ପରୀକ୍ଷା ଫେବ୍ରୁଆରୀ ୨୧ରେ ଆରମ୍ଭ ହେବ ଓ ମାର୍ଚ୍ଚ୨୯ ପର୍ଯ୍ୟନ୍ତ ଚାଲିବ । ସେହିପରି ୧୨ଶ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୩ରେ ଶେଷ ହେବ । ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇ ୧ଟା ୩୦ରେ ଶେଷ ହେବ । ୧୦ଟାରେ ଉତ୍ତରପତ୍ର ଓ ୧୦ଟା ୧୫ରେ ପ୍ରଶ୍ନପତ୍ର ବଣ୍ଟନ ହେବ ।

ଛାତ୍ରାଛାତ୍ରୀମାନେ ସିବିଏସଇର େଓ୍ଵବସାଇଟ cbse.nic.in ରେ ସଂପୂର୍ଣ୍ଣ ପରୀକ୍ଷା ସୂଚୀ ଦେଖିପାରିବେ ଓ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ୨୦୧୯ ଶିକ୍ଷା ବର୍ଷଠାରୁ ସିବିଏସଇ ୧୦ମ ପରୀକ୍ଷାରେ ପାଶ କରିବା ପାଇଁ ପରୀକ୍ଷାର୍ଥୀମାନଙ୍କୁ ଥିଓରୀ ଓ ପ୍ରାକ୍ଟିକାଲକୁ ମିଶାଇ ଅତିକମରେ ୩୩ ପ୍ରତିଶତ ରଖିବାକୁ ହେବ । ଅନ୍ୟପକ୍ଷରେ ଧନ୍ଦାମୂଳକ ବା ଭୋକେଶନାଲ ବିଷୟ ପାଇଁ ପରୀକ୍ଷା ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ହେବ । ପ୍ରାୟ ୪୦ଟି ଭୋକେଶନାଲ ବିଷୟ ସମେତ ଟାଇପୋଗ୍ରାଫୀ ଓ କମ୍ପ୍ୟୁଟର ଆପ୍ଲିକେସନ ବିଷୟ ମଧ୍ୟ ରହିବ ।

ସମ୍ବନ୍ଧିତ ଖବର