କରୋନା କାଳରେ ଦିଲ୍ଲୀରେ ବନ୍ଦ କରାଯାଉ ସିବିଏସଇ ପରୀକ୍ଷା, କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

ରୀକ୍ଷା ବାତିଲ ନହେଲେ, କରୋନା ହଟସ୍ପଟ୍ ପାଲଟି ଯାଇପାରେ ପରୀକ୍ଷା କେନ୍ଦ୍ର

ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ଦ କରାଯାଉ ସିବିଏସଇ ପରୀକ୍ଷା । ବଢୁଥିବା କରୋନା ସ୍ଥିତି ଭିତରେ ଆଜି ସିବିଏସଇ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦେଶରେ କରୋନା ବଢୁଥିବା ସମୟରେ ଦିଲ୍ଲୀରେ ସ୍ଥିତି ଭୟଙ୍କର ରହିଛି । ଏହାକୁ ଦୃଷ୍ଟିରେ ରଖି ସିବିଏସଇ ପରୀକ୍ଷା ପାଇଁ ଆଉ ଏକ ତାରିଖ ନେଇ ବିଚାର କରିବାକୁ ଆଜି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବର୍ତମାନ ସିବିଏସଇ ପରୀକ୍ଷା ପରିଚାଳନା କରିବାର ଅର୍ଥ, ବଡ ପରିମାଣରେ କରୋନା ସଂକ୍ରମଣ ବ୍ୟାପିବ । ଏପରିକି ଏହି ପରୀକ୍ଷା କେନ୍ଦ୍ର ସବୁ ହଟସ୍ପଟରେ ବି ପରିଣତ ହୋଇଯାଇପାରେ । ଛାତ୍ରଛାତ୍ରୀଙ୍କ ଜୀବନ ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ବର୍ତମାନ ସିବିଏସଇ ପରୀକ୍ଷାକୁ ବାତିଲ କରିବାକୁ ଅନୁରୋଧ କରିଛନ୍ତି କେଜରିୱାଲ । ସିବିଏସଇର ପରୀକ୍ଷା କ୍ୟାଲେଣ୍ଡର ଅନୁସାରେ ଚଳିତ ବର୍ଷ ୨୦୨୧ ସିବିଏସଇ ମାଟ୍ରିକ ପରୀକ୍ଷା ଓ ଦ୍ୱାଦଶ ପରୀକ୍ଷା ଦେବେ ପ୍ରାୟ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ର । ଏହି ପରୀକ୍ଷା ସହିତ ପ୍ରାୟ ୧ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବେ । ତେଣୁ ସଂକ୍ରମଣ ବଢିଲେ ଏହି ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ରହିଛି । ଦିଲ୍ଲୀରେ ଏହି ସ୍ଥିତି ଆସିବା ଆଗରୁ ସିବିଏସଇ ପରୀକ୍ଷା ବାତିଲ କରିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

ସମ୍ବନ୍ଧିତ ଖବର