ଜୁଲାଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ୨୦୨୦ ‘ସିବିଏସ୍ଇ’, ‘ଆଇସିଏସ୍‌ଇ’ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଜୁଲାଇ ୧୫ ତାରିଖ ସୁଦ୍ଧା ୨୦୨୦ ବର୍ଷର ‘ସିବିଏସ୍ଇ’, ‘ଆଇସିଏସ୍‌ଇ’ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଜି ‘ସିବିଏସ୍‌ଇ’ ପରୀକ୍ଷା କଣ୍ଟ୍ରୋଲର୍‌ ସଂଯମ ଭରଦ୍ବାଜ ଘୋଷଣା କରିଛନ୍ତି।

ଭରଦ୍ବାଜ ଆହୁରି ମଧ୍ୟ କହିଛନ୍ତି ଯେ, ନମ୍ବର ବଢ଼ାଇବା ନିମନ୍ତେ ‘ସିବିଏସ୍‌ଇ’ର ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଇଚ୍ଛାଧୀନ ପରୀକ୍ଷା ଦେବା ନିମନ୍ତେ ସୁଯୋଗ ଦିଆଯିବ।

Image Courtesy of Newzz

କିନ୍ତୁ, ‘ସିବିଏସ୍‌ଇ’ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ପୁଣି ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯିବ ନାହିଁ।

ସେହିପରି ‘ଆଇସିଏସ୍‌ଇ’ ବୋର୍ଡର ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପୁନଃ-ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ ନାହିଁ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଦେଶରେ କରୋନାଭାଇରସ୍‌ଜନିତ ଲକ୍‌ଡାଉନ୍ ଘୋଷଣା ଯୋଗୁଁ ‘ସିବିଏସ୍ଇ’, ‘ଆଇସିଏସ୍‌ଇ’ର ଦଶମ ଓ ଦ୍ବାଦଶ ଶ୍ରେଣୀର କିଛି ପରୀକ୍ଷା ପତ୍ର ବାକି ରହିଯାଇଥିଲା। ଦେଶରେ ଅନ୍‌ଲକ୍ ୧.୦ ଆରମ୍ଭ ହେବା ପରେ ବ‌େକେୟା ପରୀକ୍ଷା ପତ୍ରଗୁଡ଼ିକ କରାଇବା ଲାଗି ଉଭୟ ବୋର୍ଡ ଜୁଲାଇ ୧ ରୁ ଜୁଲାଇ ୧୫ ମଧ୍ୟରେ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ, ଦେଶରେ କରୋନାଭାଇରସ୍ ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ପରୀକ୍ଷା କରାଇବାକୁ କେତେକ ରାଜ୍ୟ ମନା କରିବାରୁ ସେ ପରୀକ୍ଷାଗୁଡ଼ିକ ଗତକାଲି ସରକାର ବାତିଲ କରିଥିଲେ।

 

ସମ୍ବନ୍ଧିତ ଖବର