ସିବିଏସ୍‌ଇ ପେପର ଲିକ୍‌ ମାମଲା: ୨ କୋଚିଙ୍ଗ ସେଣ୍ଟର ନିର୍ଦ୍ଦେଶକ ଗିରଫ, ୪ ଛାତ୍ର ଅଟକ

ଛତ୍ରା(ଝାଡଖଣ୍ଡ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ଅର୍ଥନୀତି ଓ ମାଟ୍ରିକ ଗଣିତ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଶନିବାର ୨ଟି କୋଚିଙ୍ଗ ସେଣ୍ଟରର ନିର୍ଦ୍ଦେଶକକୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ପୁଲିସ ଆଉ ୪ଜଣ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଶୁକ୍ରବାର ଠାରୁ ପୁଲିସ ଝାଡଖଣ୍ଡର ଛତ୍ରା ଜିଲ୍ଲାରୁ ଦଶମ ଓ ଏକାଦଶରେ ପଢ଼ୁଥିବା ଛାତ୍ର ସମେତ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଗତ ସପ୍ତାହରେ ସିବିଏସଇ ଦ୍ୱାରା ପରିଚାଳିତ ଯୁକ୍ତ ୨ ଅର୍ଥନୀତି ଓ ମାଟ୍ରିକ ଗଣିତ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ପୁଣି ଥରେ ପରୀକ୍ଷା କରାଯିବା ନିଷ୍ପତ୍ତିକୁ ବୁଦ୍ଧିଜୀବୀ ଓ ଛାତ୍ର-ଅଭିଭାବକ ମାନେ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ସମାଲୋଚନା କରୁଛନ୍ତି। ଏହି ମାମଲାରେ ପୁଲିସ ଶୁକ୍ରବାର ୬ ଜଣ ମାଟ୍ରିକ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

ପୁଲିସ କହିଛି ଛତ୍ରା ଜିଲ୍ଲାର ବିଭିନ୍ନ ସ୍କୁଲର ୪ଜଣ ଛାତ୍ରଙ୍କୁ ଅଟକ ରଖିଥିବା ବେଳେ ୨ଟି କୋଚିଙ୍ଗ ସେଣ୍ଟରର ନିର୍ଦ୍ଦେଶକମାନଙ୍କୁ ଗିରଫ କରିଛି। ନବୋଦୟ ବିଦ୍ୟାଳୟ ପରିସରରୁ ଜଣେ ଯୁକ୍ତ ୨ ଛାତ୍ରକୁ ଅଣାଯାଇ ପଚରାଉଚରା କରାଯାଉଛି। ଏହି ୨ଜଣ ଛାତ୍ର ପାଟନା ଅଞ୍ଚଳର ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର