ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଆଜି ଦଶମ ପରୀକ୍ଷା ଫଳ ଘୋଷଣା କରାଯାଇଛି। ସମସ୍ତ କ୍ଷେତ୍ର ମଧ୍ୟରେ ତ୍ରିଭେନ୍ଦ୍ରମ କ୍ଷେତ୍ରର ପାସ ହାର ସର୍ବାଧିକ ରହିଛି। ଏହି କ୍ଷେତ୍ରରେ ମୋଟ ପାସ ହାର ୯୯.୨୮ ପ୍ରତିଶତ ଥିବା ବେଳେ ଚେନ୍ନାଇ ଦ୍ବିତୀୟ ସ୍ଥାନରେ ରହି ୯୮.୯୫ ପ୍ରତିଶତ ପାସ ହାର ହାସଲ କରିଛି। ସେହିପରି ବେଙ୍ଗାଲୁରୁ କ୍ଷେତ୍ର ୯୮.୨୩ ପ୍ରତିଶତ ପାସ ହାର ସହିତ ତୃତୀୟସ୍ଥାନରେ ରହିଛି। ଚଳିତ ଥର ମୋଟ ୧୮, ୭୩,୦୧୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭,୧୩,୧୨୧ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ହାରାହାରୀ ପାସହାର ୯୧.୪୬ ପ୍ରତିଶତ ରହିଛି।
ଅନ୍ୟପକ୍ଷରେ ଭୁବନେଶ୍ବର କ୍ଷେତ୍ର ୯୩.୨୦ ପ୍ରତିଶତ ପାସ ହାର ସହିତ ସପ୍ତମ ସ୍ଥାନରେ ରହିଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ଏଥର ଛାତ୍ରୀମାନଙ୍କ ପାସ ହାର ୯୩.୩ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ ହାର ୩.୧୭ ପ୍ରତିଶତ କମ ଅର୍ଥାତ୍ ୯୦.୧୭ ରହିଛି।
ସିବିଏସଇ ପରୀକ୍ଷା ଫଳର ଅଧିକ ବିବରଣୀ ନିମ୍ନରେ ଦିଆଗଲା:
ପରୀକ୍ଷାର ଅବଧି | ୧୫ ଫେବୃଆରୀ ୨୦୨୦ ରୁ ୨୦ ମାର୍ଚ୍ଚ ୨୦୨୦ |
ଫଳାଫଳ ପ୍ରକାଶ ତାରିଖ | ୧୫ ଜୁଲାଇ ୨୦୨୦ |
୧ .
ମୋଟ ସଂଖ୍ୟକ ବିଦ୍ୟାଳୟ ଏବଂ ପରୀକ୍ଷା କେନ୍ଦ୍ର (ସବୁ ବିଷୟ) | ||
ବର୍ଷ | ବିଦ୍ୟାଳୟଗୁଡ଼ିକର ସଂଖ୍ୟା | ପରୀକ୍ଷା କେନ୍ଦ୍ର ସଂଖ୍ୟା |
୨୦୧୯ | ୧୯୨୯୮ | ୪୯୭୪ |
୨୦୨୦ | ୨୦୩୮୭ | ୫୩୭୭ |
୨.
ହାରାହାରୀ ପାସ ପ୍ରତିଶତ (ସବୁ ବିଷୟ) | |||||
ବର୍ଷ | ପଞ୍ଜିକୃତ | ଉପସ୍ଥିତ ପରୀକ୍ଷାର୍ଥୀ | ପାସ | ପାସହାର | ପାସହାର ବୃଦ୍ଧି % |
୨୦୧୯ | ୧୭୭୪୨୯୯ | ୧୭୬୧୦୭୮ | ୧୬୦୪୪୨୮ | ୯୧.୧୦ | ୦.୩୬% |
୨୦୨୦ | ୧୮୮୫୮୮୫ | ୧୮୭୩୦୧୫ | ୧୭୧୩୧୨୧ | ୯୧.୪୬ |
୩.
କ୍ଷେତ୍ର ଆଧାରିତ ପାସ % - ୨୦୨୦ କ୍ଷେତ୍ର (ସବୁ ବିଷୟ) | ||
କ୍ଷେତ୍ରର ନାମ | ପାସ % | |
୧ | ତ୍ରିଭେନ୍ଦ୍ରମ | ୯୯.୨୮ |
୨ | ଚେନ୍ନାଇ | ୯୮.୯୫ |
୩ | ବେଙ୍ଗାଲୁରୁ | ୯୮.୨୩ |
୪ | ପୁଣେ | ୯୮.୦୫ |
୫ | ଅଜମେର | ୯୬.୯୩ |
୬ | ପଞ୍ଚକୁଲା | ୯୪.୩୧ |
୭ | ଭୁବନେଶ୍ବର | ୯୩.୨୦ |
୮ | ଭୋପାଳ | ୯୨.୮୬ |
୯ | ଚଣ୍ଡିଗଡ଼ | ୯୧.୮୩ |
୧୦ | ପାଟନା | ୯୦.୬୯ |
୧୧ | ଡେରାଡୁନ | ୮୯.୭୨ |
୧୨ | ପ୍ରୟାଗରାଜ | ୮୯.୧୨ |
୧୩ | ନୋଏଡା | ୮୭.୫୧ |
୧୪ | ଦିଲ୍ଲୀ ପଶ୍ଚିମ | ୮୫.୯୬ |
୧୫ | ଦିଲ୍ଲୀ ପୂର୍ବ | ୮୫.୭୯ |
୧୬ | ଗୌହାଟୀ | ୭୯.୧୨ |
ଲିଙ୍ଗ ଆଧାରିତ ପାସ % (ସବୁ ବିଷୟ) | |||
ଲିଙ୍ଗ | ୨୦୧୯ | ୨୦୨୦ | ପୁଅଙ୍କ ତୁଳନାରେ ଝିଅମାନେ ୩.୧୭ ପ୍ରତିଶତ ଅଧିକ ପାସ ହାର ହାସଲ କରିଛନ୍ତି |
ଝିଅ | ୯୨.୪୫ | ୯୩.୩୧ | |
ପୁଅ | ୯୦.୧୪ | ୯୦.୧୪ | |
ସମଲିଙ୍ଗି | ୯୪.୭୪ | ୭୮.୯୫ |