ଜୁଲାଇ ୧୧ ଏବଂ ୧୩ରେ ପ୍ରକାଶ ପାଇବ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ? ନକଲି ବିଜ୍ଞପ୍ତି ବୋଲି କହିଲା ସିବିଏସଇ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୧ ଏବଂ ୧୩ରେ ପ୍ରକାଶ ପାଇବ ସିବିଏସଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ । ଛାତ୍ର-ଛାତ୍ରୀମାନେ ଉଚ୍ଚଶିକ୍ଷା ପାଇବାକୁ ନାମ ଲେଖାଇବା ପାଇଁ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିଥିବା ବେଳେ ଆଜି ସିବିଏସଇ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମିଳିତ ଭାବରେ ଏହି ନିଷ୍ପତ୍ତି ନେଇଛନ୍ତି । କିଛି ଏଭଳି ଲେଖାଥାଇ ସିବିଏସଇ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିବୃତ୍ତିଟି ନକଲି ବୋଲି ସାମ୍ନାକୁ ଆସିଛି । ସିବିଏସଇ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ବୋର୍ଡ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଫଳାଫଳ ବିଜ୍ଞପ୍ତି ନକଲି ଏବଂ ଏହାକୁ ବୋର୍ଡର ବିବୃତ୍ତି ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ |

ନକଲି ପ୍ରେସ ବିବୃତ୍ତି ଲେଖାଥିଲା ଯେ, ଆସନ୍ତା ଜୁଲାଇ ୧୧ ତାରିଖ ଅପରାହ୍ନ ୪ଟାରେ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ସହ ଜୁଲାଇ ୧୩ ତାରିଖ ଅପରାହ୍ନ ୪ଟାରେ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ । ଏହା ସହ ଛାତ୍ର-ଛାତ୍ରୀମାନେ cbseresults.nic.in, results.nic.in ଏବଂ cbse.nic.in ୱେବସାଇଟକୁ ଯାଇ ନିଜର ପରୀକ୍ଷା ଫଳାଫଳ ପାଇ ପାରିବେ । କିନ୍ତୁ ଏବେ ପ୍ରେସ ବିବୃତ୍ତିଟି ନକଲି ବୋଲି ସିବିଏସଇ ସ୍ପଷ୍ଟ କରିଛି ।

ସମ୍ବନ୍ଧିତ ଖବର