ସିବିଏସଇ ୧୦ମ ପରୀକ୍ଷାଫଳ ପ୍ରକାଶିତ; ୫୦୦ରୁ ୪୯୯ ମାର୍କ ରଖି ୧୩ ଟପ୍ପର

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ସୋମବାରଦିନ ୧୦ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି । ସାରାଦେଶରେ ମୋଟ ୧୬ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୧.୧ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଫଳାଫଳ ଦୃଷ୍ଟିରୁ ଛାତ୍ରୀମାନେ ଛାତ୍ରମାନଙ୍କୁ ପଛରେ ପକେଇଦେଇଛନ୍ତି ।

ଛାତ୍ରୀମାନଙ୍କ ପାସହାର ୯୨.୪୫ ପ୍ରତିଶତ ଥିବାବେଳେ ଛାତ୍ରମାନଙ୍କ ପାସହାର ୯୦.୧୪ ପ୍ରତିଶତ ରହିଛି । ଏହି ପରୀକ୍ଷାରେ ମୋଟ ୧୩ ଜଣ ଛାତ୍ରଛାତ୍ରୀ ମୋଟ ୫୦୦ ମାର୍କରୁ ୪୯୯ ରଖି ଟପ୍ପର ହୋଇଛନ୍ତି ।

ସର୍ବଭାରତୀୟ ସ୍ତରରେ ତ୍ରିଭାନ୍ଦ୍ରମ ଜୋନର ଫଳାଫଳ ସର୍ବୋତ୍ତମ ରହିଛି । ଏହି ଜୋନର ପାସହାର ୯୯.୮୫ ପ୍ରତିଶତ ରହିଛି । ଅର୍ଥାତ ଯେତିକି ପରୀକ୍ଷା ଦେଇଥିଲେ ପ୍ରାୟ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛି । ଚେନ୍ନାଇ ଜୋନର ପାସହାର ୯୯ ପ୍ରତିଶତ ରହିଛି । ଆଜମେର ଜୋନର ପାସ ହାର ୯୫.୮୯ ପ୍ରତିଶତ ରହିଛି ।

ଏହି ପରୀକ୍ଷା ଫଳ ଛାତ୍ରଛାତ୍ରୀମାନେ cbseresults.nic.in, cbse.nic.in କିମ୍ବା results.nic.in ଓଏବ୍‌ସାଇଟ୍‌ରେ ଦେଖିପାରୁଛନ୍ତି। ଯଦି କୌଣସି କାରଣରୁ ଏହି ସାଇଟ୍‌ଗୁଡ଼ିକରେ ସମସ୍ୟା ଉପୁଜେ ତେବେ ଛାତ୍ରଛାତ୍ରୀମାନେ examresults.com ଏବଂ www.indiaresults.com େଓ୍ଵବ୍‌ସାଇଟ୍‌ରେ ବି ଫଳାଫଳ ଦେଖିବପାରିବେ ବୋଲି ପୂର୍ବରୁ ପ୍ରକାଶ କରାଯାଇଥିଲା।

ସମ୍ବନ୍ଧିତ ଖବର