କରୋନା ଭାଇରସ : ମାସ୍କ ପିନ୍ଧି ସିବିଏସଇ ବୋର୍ଡ ପରୀକ୍ଷାରେ ବସିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୨୯ରେ ପହଞ୍ଚିଛି । ଗୁରୁଗ୍ରାମରେ ଥିବା ଜଣେ ପେଟିଏମ କର୍ମଚାରୀ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାଯାଇଛି । ଏହି ସଂକ୍ରମଣ ଦୃଷ୍ଟିରୁ ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧି ପରୀକ୍ଷା ହଲରେ ବସିପାରିବେ ବୋଲି ସିବିଏସଇ ବୋର୍ଡ ଅନୁମତି ଦେଇଛି । ଏହା ସହିତ ସେମାନେ ପାଖରେ ହାଣ୍ଡ ସାନିଟାଇଜର ରଖିପାରିବେ । ପରୀକ୍ଷା ହଲରେ ମଧ୍ୟ ଭାଇରସ ସଂକ୍ରମଣ ଦୃଷ୍ଟିରୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିବିଏସଇ ସେକ୍ରେଟାରୀ ଅନୁରାଗ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ୩୧୬୦ ଛୁଇଁଛି । ଏହା ସହିତ ବିଶ୍ୱରେ ପ୍ରାୟ ୯୧ ହଜାର ଜଣ ସଂକ୍ରମିତ ହୋଇଛନ୍ତି, ଏହା ମଧ୍ୟରୁ ୮୦ ହଜାର ଚୀନର ବୋଲି ଜଣାପଡ଼ିଛି । ଇରାନରେ ମୃତ୍ୟୁସଂଖ୍ୟା ୯୨ରେ ପହଞ୍ଚିଛି ଓ ୨୯୨୨ଟି ନୂଆ ମାମଲା ଚିହ୍ନଟ ହୋଇଛି । ଇଟାଲୀରେ ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଛି । ସେହିପରି ଭାରତରେ କରୋନା ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି । ସମଗ୍ର ବିଶ୍ୱର ପ୍ରାୟ ୬୦ଟି ଦେଶକୁ କରୋନା ଭାଇରସ ସଂକ୍ରମଣ ପହଞ୍ଚିସାରିଲାଣି ।

ସମ୍ବନ୍ଧିତ ଖବର