ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋଭିଡ୍ -୧୯ ପରିସ୍ଥିତି କାରଣରୁ ମୂଳ ଧାରଣାକୁ ବଜାୟ ରଖିବା ସହିତ ସିବିଏସ୍ଇ ୯ମରୁ ଦ୍ବାଦଶ ଶ୍ରେଣୀର ଛାତ୍ର-ଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ହ୍ରାସ କରିବ। ଏ ନେଇ ଟୁଇଟ କରି ଆଜି ସୂଚନା ଦେଇଛନ୍ତି ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ମଙ୍ଗଳବାର ନିଜ ଟ୍ୱିଟରକୁ ଯାଇ ସେ ଲେଖିଛନ୍ତି ଯେ, ସିବିଏସ୍ଇକୁ ପାଠ୍ୟକ୍ରମର ପୁନର୍ବିଚାର ପାଇଁ ପୂର୍ବରୁ ପରାମର୍ଶ ଦିଆଯାଇଥିଲା, ଯାହା ଦ୍ବାରା ୯ମରୁ ଦ୍ବାଦଶ ଶ୍ରେଣୀର ଛାତ୍ର-ଛାତ୍ରୀମାନଙ୍କ ପାଇଁ ପାଠ୍ୟକ୍ରମର ଭାର ହ୍ରାସ ହୋଇପାରିବ। ତେବେ ଏ ନେଇ ମୁଁ ସିବିଏସ୍ଇକୁ କହିଥିଲେ ମଧ୍ୟ ପାଠ୍ୟକ୍ରମକୁ କିପରି ହ୍ରାସ କରାଯାଇପାରିବ ସେ ସମ୍ବନ୍ଧରେ ସମଗ୍ର ଭାରତର ଶିକ୍ଷାବିତଙ୍କୁ ପରାମର୍ଶ ମାଗିଥିଲି ଏବଂ ମୋତେ ୧୫୦୦ରୁ ଅଧିକ ପରାମର୍ଶ ମିଳିଥିଲା । ଏବେ ଶିକ୍ଷାର ସଫଳତାର ମହତ୍ତ୍ୱକୁ ବିଚାର କରି, ମୂଳ ଧାରଣାକୁ ବଜାୟ ରଖି ପାଠ୍ୟକ୍ରମରେ ୩୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।
Looking at the extraordinary situation prevailing in the country and the world, #CBSE was advised to revise the curriculum and reduce course load for the students of Class 9th to 12th. @PMOIndia@HMOIndia@PIB_India@MIB_India@DDNewslive@cbseindia29@mygovindia
— Dr. Ramesh Pokhriyal Nishank (@DrRPNishank) July 7, 2020
ପୂର୍ବରୁ କୋବିଡ୍ -୧୯ ଲକଡାଉନ୍ କାରଣରୁ ସ୍କୁଲ ଓ କଲେଜ ବନ୍ଦ ରହିଥିବାରୁ ସିବିଏସ୍ଇ ୨୦୨୦-୨୧ ପାଇଁ ୧୦ମରୁ ଦ୍ବାଦଶ ଶ୍ରେଣୀ ପାଇଁ ପାଠ୍ୟକ୍ରମ ହ୍ରାସ କରିବ ବୋଲି ସୂଚନା ମିଳିଥିଲା । କିନ୍ତୁ ଏବେ ସିବିଏସ୍ଇ ୯ମ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପାଠ୍ୟକ୍ରମକୁ ହ୍ରାସ କରିବ ବୋଲି ଘୋଷଣା କରିଛନ୍ତି ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ।