ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ-୧ ସୂଚୀ ପ୍ରକାଶିତ: ଜାଣନ୍ତୁ, କେବେ ରହିଛି କେଉଁ ପରୀକ୍ଷା

ନୂଆଦିଲ୍ଲୀ:  ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ ତାରିଖରୁ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ହେବ । ଏଥିପାଇଁ ଆଜି ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି ।

ତେବେ ଦଶମ ଶ୍ରେଣୀର ଅନ୍ୟ ସାଧାରଣ ବିଷୟର ପରୀକ୍ଷା ପାଇଁ ସ୍କୁଲ ଦିନ ଧାର୍ଯ୍ୟ କରିବ, ଯାହାକି ଆସନ୍ତା ନଭେମ୍ବର ୧୭ ତାରିଖରୁ ଆରମ୍ଭ ହେବ । ସେହିପରି ଦ୍ୱାଦଶ ଶ୍ରେଣୀର ଅନ୍ୟ ସାଧାରଣ ବିଷୟର ପରୀକ୍ଷା ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବ ବୋଲି କୁହାଯାଇଛି । ଏହାପରେ ନଭେମ୍ବର ୩୦ ଓ ଡିସେମ୍ବର ୧ରୁ ପ୍ରମୁଖ ବିଷୟର ପରୀକ୍ଷା ଆରମ୍ଭ ହେବ ।

ସମ୍ବନ୍ଧିତ ଖବର