ନୂଆଦିଲ୍ଲୀ: କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷଠାରୁ ବଦଳିବ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷାର ରୂପରେଖ । ଆସନ୍ତା ବର୍ଷରୁ ଦଶମ ଶ୍ରେଣୀ ଛତ୍ରଛାତ୍ରୀମାନେ ଦୁଇଟି ବିକଳ୍ପରେ ପରୀକ୍ଷା କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ଼ ବା ସିବିଏସଇ । ସିବିଏସଇର ସୂଚନା ମୁତାବକ ବୋର୍ଡ ପରୀକ୍ଷା ୨୦୨୦ ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ନିମନ୍ତେ ଏକ ‘ବେସିକ୍’ ଏବଂ ଏକ ‘ଷ୍ଟାଣ୍ଡାର୍ଡ’ ଗଣିତ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆସନ୍ତା ବର୍ଷ ଠାରୁ ସିବିଏସଇ ଛାତ୍ରଛାତ୍ରୀଙ୍କୁ ଗଣିତ ବେସିକ୍ ଏବଂ ଷ୍ଟାଣ୍ଡାର୍ଡ ଗଣିତ ଉପରେ ପରୀକ୍ଷା କରିବାକୁ ଯୋଜନାର ପ୍ରସ୍ତାବ ଦେଇଛି । ଗଣିତକୁ ବର୍ତମାନ ସ୍ତର, ଗୁଣମାନ ଏବଂ ପାଠ୍ୟକ୍ରମ ଉଭୟ ସମାନ ରହିବ । ମୁଖ୍ୟତଃ ବୋର୍ଡ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ସଠିକ୍ ମୂଲ୍ୟାଙ୍କନ କିଭଳି କରାଯିବ । ସେ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସେପଟେ ଏଲଓସି ଭରିବା ସମୟରେ ଛାତ୍ରଛାତ୍ରୀଙ୍କ ପାଖରେ ଗଣିତ ଷ୍ଟାଣ୍ଡାର୍ଡ କିମ୍ବା ଗଣିତ ବେସିକ ପାଇଁ ଚୟନ କରିବାକୁ ବିକଳ୍ପ ରହିବ । ଉଚ୍ଚ ଶ୍ରେଣୀରେ ଗଣିତ ପଢିବା ପାଇଁ ରୁଚି ରଖିଥିବା ଛାତ୍ରଙ୍କ ପାଇଁ ଷ୍ଟାଣ୍ଡାର୍ଡ଼ ଗଣିତ ରହିବ ଏବଂ ଆଗକୁ ନପଢିବା ପାଇଁ ରୁଚି ରଖିଥିବା ଛାତ୍ରଙ୍କ ପାଇଁ ବେସିକ ଗଣିତ ରଖାଯାଇଛି । ତେବେ ବଦଳିବାକୁଥିବା ଏହି ନିୟମରେ ସିବିଏସଇ ସିଲାବସ୍,କ୍ଲାସରୁମ ପଢ଼ାଶୈଳୀ କିମ୍ବା ଗାଣିତିକ ସଂରଞ୍ଜାମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।