ନିଖୋଜ ହେବାର ଦୁଇ ଦିନ ପରେ ନେତ୍ରାବତୀ ନଈକୂଳରୁ ମିଳିଲା ସିସିଡି ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ

ବେଙ୍ଗାଲୁରୁ: ଦୁଇ ଦିନ ଧରି ନିଖୋଜ ଥିବା ‘କେଫି କଫି ଡେ’ର (ସିସିଡି) ସଂସ୍ଥାପକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କର୍ଣ୍ଣାଟକର ମାଙ୍ଗାଲୁରୁ ଅନ୍ତର୍ଗତ ନେତ୍ରବତୀ ନଈକୂଳରୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳୁ ୬୦ ବର୍ଷିୟ ସିଦ୍ଧାର୍ଥ ଉଲ୍ଲାଲ ଏବଂ ମାଙ୍ଗାଲୁରୁ ମଧ୍ୟସ୍ଥ ନଈପୋଲ ଉପରୁ ନିଖୋଜ ହୋଇ ଯାଇଥିବା କଥା ତାଙ୍କ ଡ୍ରାଇଭର୍‌ ବାସବରାଜ ପାଟିଲ ପୁଲିସକୁ କହିଥିଲେ।

ମାଙ୍ଗାଲୁରୁ ପୁଲିସ କମିସନର ସନ୍ଦୀପ ପାଟିଲ୍‌ କହିଛନ୍ତି: ସକାଳ ପ୍ରାୟ ୬ଟା ବେଳେ ହୋଗି ବଜାର ଅଞ୍ଚଳରେ ଗୋଟାଏ ମୃତଦେହ ମିଳିଛି ଏବଂ ଏହା ସିର୍ଦ୍ଧାର୍ଥଙ୍କର କି, ନୁହେଁ ଆମେ ନିଶ୍ଚିତ ହେବାକୁ ଉଦ୍ୟମ କରୁଛୁ। ଆମେ ତାଙ୍କ ପରିବାରକୁ ସୂଚନା ଦେଇଛୁ ଏବଂ ଔପଚାରିକତା ସମ୍ପାଦନ ନିମନ୍ତେ ମୃତଦେହକୁ େଓ୍ଵନ୍‌ଲକ୍‌ ହସ୍‌ପିଟାଲ୍‌କୁ ପଠାଇ ଦେଇଛୁ। ଆମର ତଦନ୍ତ ଚାଲୁ ରହିବ।

Image Source: India Today

ସିଦ୍ଧାର୍ଥଙ୍କ ପରି କେହି ଜଣେ ପୋଲ ଉପରୁ ନେତ୍ରାବତୀ ନଈକୁ ଡେଇଁଥିବାବେଳେ ଜଣେ ମତ୍ସ୍ୟଜୀବୀ ଦେଖିଛନ୍ତି ବୋଲି ଦାବି କରୁଥିବା ପୁଲିସ ମଙ୍ଗଳବାର ଦିନ କହିଥିଲା।

ସଦ୍ୟତମ ଖବର ଅନୁସାରେ, ଉଦ୍ଧାର ଶବ ଭିଜି ସିଦ୍ଧାର୍ଥଙ୍କର ବୋଲି ତାଙ୍କ ବନ୍ଧୁ ଓ ପରିବାରବର୍ଗ ନିଶ୍ଚିତ କରିଥିବା କଥା ମାଙ୍ଗାଲୁରୁ ବିଧାୟକ ୟୁଟି ଖାଦେର୍‌ କହିଛନ୍ତି।

କିଛି ଘଣ୍ଟା ପରେ ସିଦ୍ଧାର୍ଥଙ୍କ ମୃତଦେହ େଓ୍ଵନ୍‌ଲକ୍‌ ହସ୍‌ପିଟାଲ୍‌ରେ ବ୍ୟବଚ୍ଛେଦ କରାଯିବ।

ସମ୍ବନ୍ଧିତ ଖବର