CCS meeting: ସିସିଏସ୍‌ ବୈଠକ: ‘ଆତଙ୍କବାଦୀ ଆକ୍ରମଣ’ ଘୋଷଣା, କଠୋର କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିନ୍ଦା ପ୍ରସ୍ତାବ ଗୃହୀତ

ଦିଲ୍ଲୀ ଲାଲକିଲ୍ଲା ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ହେବାର ୨ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ କ୍ୟାବିନେଟ୍‌ ସୁରକ୍ଷା କମିଟି (ସିସିଏସ୍‌) ବୈଠକ କରିଛନ୍ତି। ଆକ୍ରମଣ ପରବର୍ତ୍ତୀ ସ୍ଥିତି ସମୀକ୍ଷା ତଥା ତଦନ୍ତ ଅଗ୍ରଗତି....

sfhhfshfsxbvbvbv

Photograph: (NDTV)

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ହେବାର ୨ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ କ୍ୟାବିନେଟ୍‌ ସୁରକ୍ଷା କମିଟି (ସିସିଏସ୍‌) ବୈଠକ କରିଛନ୍ତି। ଆକ୍ରମଣ ପରବର୍ତ୍ତୀ ସ୍ଥିତି ସମୀକ୍ଷା ତଥା ତଦନ୍ତ ଅଗ୍ରଗତି ଆକଳନ ପାଇଁ ପ୍ରଧାନମନ୍ତ୍ରୀ ବିଚାରବିମର୍ଶ କରିଥିବାବେଳେ ଏଥିରେ ଗୃହମନ୍ତ୍ରୀ ଅମିତ ଶାହ,  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସଏ) ଅଜିତ ଡୋଭଲ ଯୋଗ ଦେଇଥିଲେ। ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସରକାର ଲାଲକିଲ୍ଲା ନିକଟରେ କାର  ବିସ୍ଫୋରଣକୁ କଡ଼ା ନିନ୍ଦା କରି  ପ୍ରସ୍ତାବ ଗୃହୀତ କରିଛନ୍ତି। ଏହି ପ୍ରସ୍ତାବରେ ଲାଲକିଲ୍ଲା ବିସ୍ଫୋରଣକୁ ଏକ ‘ଆତଙ୍କବାଦୀ ଆକ୍ରମଣ’ କୁହାଯାଇଛି।

କ୍ୟାବିନେଟ୍‌ ଏଭଳି ଭୀରୁତାପୂର୍ଣ୍ଣ କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିଛି ଏବଂ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟସହନଶୀଳ ନୀତିକୁ ପୁଣି ଥରେ ଦୋହରାଇଛି। ବୈଷ୍ଣବ କହିଛନ୍ତି, ଏହା ଦେଶ ବିରୋଧୀ ଶକ୍ତିଙ୍କ ଦ୍ବାରା ସଂଘଟିତ ଏକ ଜଘନ୍ୟ ଏବଂ ବର୍ବରୋଚିତ ଆତଙ୍କବାଦୀ ଆକ୍ରମଣ। ସରକାର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦାୟିତ୍ବ  ଦେଇଛନ୍ତି। ଏନଆଇଏ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛି ଏବଂ ଫରେନ୍‌ସିକ ବିଶ୍ଳେଷଣ ଜାରି ରହିଛି। ଏହି ଆକ୍ରମଣରେ ପାକିସ୍ତାନରୁ ପରିଚାଳିତ ଜୈସ ଏ ମହମ୍ମଦ ସଂଗଠନର ସମ୍ପୃକ୍ତି ଉପରେ ତଦନ୍ତ ଚାଲିଛି।  କେନ୍ଦ୍ର ସରକାର ଲାଲକିଲ୍ଲା ଆକ୍ରମଣକୁ ନେଇ ଅତି କଠୋର କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇଥିବାରୁ ଏହା ଉପରେ ପୂରା ବିଶ୍ବର ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe