ନୂଆଦିଲ୍ଲୀ: ରେଳ ଯାତ୍ରାକୁ ସୁରକ୍ଷିତ କରିବାକୁ ରେଳବାଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଣିକି ସବୁ ଟ୍ରେନ ଡବାରେ ସିସିଟିଭି କ୍ୟାମେରା ଲଗାଯିବ । ପୂର୍ବରୁ ପରୀକ୍ଷାମୂଳକ ଭାବରେ କେତେକ ଯାତ୍ରୀବାହୀ ଟ୍ରେନ ଡବାରେ ସିସିଟିଭି କ୍ୟାମେରା ସ୍ଥାପନର ସକାରାତ୍ମକ ଫଳାଫଳକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି ।
ଏହି ପଦକ୍ଷେପ ଯାତ୍ରୀଙ୍କ ସୁରକ୍ଷାରେ ଉଲ୍ଲେଖନୀୟ ଉନ୍ନତି ଆଣିବ। ଏହା ଦ୍ୱାରା ଟ୍ରେନରେ ଅପରାଧ ଘଟାଉଥିବା ଦୁର୍ବୃତ୍ତ ଏବଂ ସଂଗଠିତ ଅପରାଧୀଦଳଙ୍କ ଠାରୁ ସରଳ ଯାତ୍ରୀଙ୍କୁ ସୁରକ୍ଷା ଦିଆଯାଇପାରିବ । କ୍ୟାମେରା ଲାଗିବା ପରେ ଏପରି ଘଟଣା ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଯାତ୍ରୀଙ୍କ ଗୋପନୀୟତା ରକ୍ଷା କରିବା ପାଇଁ ଡବାର ଦ୍ୱାର ନିକଟରେ ଥିବା ସର୍ବସାଧାରଣ ଯାତାୟାତ କ୍ଷେତ୍ରରେ ସିସିଟିଭି କ୍ୟାମେରା ସଂଯୋଗ କରାଯିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଲୋକୋମୋଟିଭ୍ ଏବଂ ବଗିରେ ସିସି ଟିଭି କ୍ୟାମେରା ସଂଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ୧୨ ଜୁଲାଇ, ୨୦୨୫ ଶନିବାର ଦିନ ଅନୁଷ୍ଠିତ ଏହି ବୈଠକରେ ରେଳ ବୋର୍ଡର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/13/cctv-2025-07-13-22-08-11.jpg)