କଲମ୍ବୋ ବିସ୍ଫୋରଣ ପଛର ସଂଦିଗ୍ଧ ଆତଙ୍କବାଦୀର ଭିଡିଓ ଭାଇରାଲ୍‌, କାନ୍ଧରେ ବିସ୍ଫୋରକ ବ୍ୟାଗ୍‌ ଧରି ଚର୍ଚକୁ ପଶୁଥିବାର ଦୃଶ୍ୟ ସିସିଟିଭିରେ କଏଦ

କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ବିସ୍ଫୋରଣର ଦୁଇ ଦିନ ପରେ ସାମ୍ନାକୁ ଆସିିଛି ପ୍ରଥମେ ବିସ୍ଫୋରଣ ଘଟିଥିବା ଚର୍ଚ୍ଚର ସିସିଟିଭି ଫୁଟେଜ୍‌। ସିସିଟିଭି ଫୁଟେଜ୍‌ରେ ଆତ୍ମଘାତୀ ବିସ୍ଫୋରଣକାରୀ ଜଣକ ନିଜ ପିଠିରେ ଏକ କଳା ବ୍ୟାଗ୍‌ ଲଦି ଯାଉଥିବା ବେଳର ଦୃଶ୍ୟ କଏଦ ହୋଇଛି।

ଆକ୍ରମଣକାରୀ ଜଣକ ବିସ୍ଫୋରଣର କିଛ ସମୟ ପୂର୍ବରୁ ବ୍ୟାଗ୍‌ କାନ୍ଧରେ ବୋହି ନେଗୋମ୍ବୋରେ ଥିବା ସେଣ୍ଟ୍‌ ସେବାଷ୍ଟିଆର୍‌ ଚର୍ଚକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି। ଚର୍ଚରେ ହୋଇଥିବା ପ୍ରଥମ ବିସ୍ଫୋରଣରେ ପ୍ରାୟ ୧୦୦ ଜଣଙ୍କ ଜୀବନ ଯାଇଛି। ସେହି ପ୍ରଥମ ବିସ୍ଫୋରଣ ପଛରେ ଏହି କଳା ବ୍ୟାଗ୍‌ଧାରୀର ହାତ ରହିଥାଇପାରେ ବୋଲି ସନ୍ଦେହ କରାଯାଉଛି।

 

ସିସିଟିଭି ଫୁଟେଜ୍‌ ଏବେ ଚାରିଆଡ଼େ ଘୂରିବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦାଢ଼ି ରଖି ବେନିୟନ୍‌ ପିନ୍ଧି ଜଣେ ସଂଦିଗ୍ଧ ଆତଙ୍କବାଦୀ ଚର୍ଚ ଭିତରକୁ ପ୍ରବେଶ କରଛି। ସେହି ବ୍ୟାଗ୍‌ଟି ବିସ୍ଫୋରକ ସାମଗ୍ରୀରେ ଭରପୂର ଥାଇପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି।

ଉଲ୍ଲେଖଯୋଗ୍ୟ, ରବିବାର ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ୮ ସିରିଜ୍‌ ବିସ୍ଫୋରଣରେ ସମୁଦାୟ ୩୧୦ ଜଣଙ୍କ ଜୀବନ ଯିବା ସହ ୫୦୦ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର