ନୂଆଦିଲ୍ଲୀ: ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଥିବା ଶିବସେନାର ଜଣେ ନେତାଙ୍କ ପୁଅ ଗତକାଲି ହିଟ ଆଣ୍ଡ ରନ୍‌ ମାମଲାରେ ଛନ୍ଦି ହୋଇପଡ଼ିଥିବା ବେଳେ ଏବେ ତାହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଅଭିଯୁକ୍ତ ମିହିର ଶାହ ମୁମ୍ବାଇର ବର୍ଲି ଅଞ୍ଚଳସ୍ଥ ଏଟ୍ରିୟା ମଲ ନିକଟରେ ରବିବାର ସକାଳେ ଯାଉଥିବା ବିଏମ୍‌ଡବ୍ଲୁ କାରଟି ଧକ୍କା ଦେବା ଫଳ‌ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

Advertisment

ଏବେ ଜାଣିବାକୁ ମିଳିଛି ଯେ ଶିବସେନା ନେତ‌ା ରାଜେଶ ଶାହଙ୍କ ପୁଅ ମିହିର ଏହି ଦୁର୍ଘଟଣା ପୂର୍ବରୁ ଏକ ପବ୍‌ରୁ ବାହାରୁଥିଲେ। ସେ ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ପବ୍‌ ମାଲିକ କହିଛନ୍ତି କି ମିହିର ଶାହା କେବଳ ରେଡ୍‌ ବୁଲ୍‌ ପିଇଥିଲେ। ସେ କୌଣସି ବି ପ୍ରକାରର ମଦ୍ୟପାନ କରିନଥିଲେ। ମିହିର ଏହି ଦୁର୍ଘଟଣା ପରେ କେଉଁଆଡ଼େ ଫେରାର୍‌ ହୋଇ ଯାଇଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ରାଜେଶ ଶାହଙ୍କୁ ଗିରଫ କରିଛି। କାରଣ ଦୁର୍ଘଟଣା ଘଟାଇଥିବା ବିଏମଡବ୍ଲ୍ୟୁ କାର ତାଙ୍କ ନାମରେ ପଞ୍ଜୀକୃତି ରହିଛି।

ଶିବସେନା ନେତା ରାଜେଶ ଶାହଙ୍କ ପୁଅ ମିହିର ଦ୍ରୁତଗତିରେ ଏହି ବିଏମଡବ୍ଲ୍ୟୁ ଗାଡ଼ିକୁ ଚଲାଉଥିଲା। ଏହି ସମୟରେ ସ୍କୁଟିରେ ମାଛବୋଝେଇ କରି ଦମ୍ପତି ପ୍ରଦୀପ ଓ କାବେରୀ ବିକ୍ରି ପାଇଁ ଯାଉଥିବା ବେଳେ ମିହିର ସେମାନଙ୍କ ସ୍କୁଟିକୁ ପଛରୁ ଧକ୍କ ଦେଇଥିଲେ। ଆଉ ୧୦୦ ମିଟିର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ପ୍ରଦୀପ ସ୍କୁଟିରୁ ଝିଟିକି ପଡ଼ିଥିବା ବେଳେ ମହିର ସ୍କୁଟି ସହିତ ମହିଳାଙ୍କୁ ଟାଣି ନେଇଥିଲେ। ୧୦୦ମିଟର ଦୂରରେ ଯାଇ କାବେରୀ ପଡ଼ିବା ପରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।