ଚିତାବାଘ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ସଞ୍ଜୟ ଗାନ୍ଧୀ ନ୍ୟାସ୍‌ନାଲ ପାର୍କରେ ଲାଗିଲା ୧୩ଟି ସିସିଟିଭି କ୍ୟାମେରା

ଅଧିକାଂଶ ଲୋକ ପଶୁମାନଙ୍କୁ ମାରି ସେମାନଙ୍କ ଦାନ୍ତ ଏବଂ ହାଡ଼ ବିକି ଟଙ୍କା ରୋଜଗାର କରିଥାନ୍ତି।ଏଭଳି ଲୋକମାନଙ୍କଠାରୁ ପଶୁମାନଙ୍କୁ ଦୂରେଇ ସୁରକ୍ଷୀତ ରଖିବା ପାଇଁ ବିଭିନ୍ନ ଚିଡ଼ିଆଖାନା ତିଆରି କରାଯାଇଛି । ସେଠାରେ ସେମାନଙ୍କର ଖାଇବା ପିଇବା ସହିତ ସ୍ୱାସ୍ଥ୍ୟବସ୍ଥା ଉପରେ ମଧ୍ୟ ଧ୍ୟାନ ରଖାଯାଉଛି । ତେବେ ହଠାତ୍‌ ପଶୁମାନଙ୍କର ଦେହ ଖରାପ ହେଲେ ସେମାନଙ୍କର ସଙ୍ଗେ ସଙ୍ଗେ ଚିକିତ୍ସା ହୋଇ ପାରି ନଥାଏ, କାରଣ ସେମାନଙ୍କର କ’ଣ ହୋଇଛି ଜାଣିବା ପାଇଁ ସମୟ ଲାଗିଥାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଏବେ ସଞ୍ଜୟ ଗାନ୍ଧୀ ନ୍ୟାସ୍‌ନାଲ ପାର୍କରେ ୧୩ଟି ସିସିଟିଭି କ୍ୟାମେରା ଚିତାବାଘ ରହୁଥିବା ଜାଗାରେ ଲଗାଯାଇଛି । ଏହାଦ୍ୱାରା ଚିତାବାଘ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ସହଜରେ ଜାଣିହେବ ।

ସଞ୍ଜୟ ଗାନ୍ଧୀ ନ୍ୟାସ୍‌ନାଲ ପାର୍କର ଅଧିକାରୀ କହିଛନ୍ତି, ‘ମହାରାଷ୍ଟ୍ରର ଜୁଲୋଜିକାଲ ପାର୍କରେ ଏଭଳି ସୁବିଧା ନଥିବା ବେଳେ ଏହା ହେଉଛି ରାଜ୍ୟର ପ୍ରଥମ ନ୍ୟସ୍‌ନାଲ ପାର୍କ ଯେଉଁଠି ଏଭଳି ସୂବିଧା କରାଯାଇଛି । ଏହା ଛଡ଼ା ଦିଲ୍ଲୀ ଏବଂ ହାଇଦ୍ରାବାଦ୍‌ରେ ଥିବା ଚିଡ଼ିଆଖାନାରେ ମଧ୍ୟଏହି ସୁବିଧା କରାଯାଇଛି । ଚିଡ଼ିଆଖାନା ଭିତରେ ଥିବା ୧୩ ଜଣ ଚିତାବାଘଙ୍କ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ୧୩ ଜଣଙ୍କ ଭିତରୁ ୭ଟି ବାଘ ଏବଂ ୬ଟି ବାଘୁଣୀ ଅଛନ୍ତ।’

“କିଛି ମାସ ପରେ ଅନ୍ୟ ବାଘ ଏବଂ ସିଂହ ରହୁଥିବା ସ୍ଥାନରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯିବ” ବୋଲି ଚିଫ୍‌ କନ୍‌ଜର୍ଭଭେଟର ଅଫ୍‌ ଫରେଷ୍ଟ ଅନଓ୍ଵର୍‌ ଅହମଦ୍‌ କହିଛନ୍ତି । “ଚିତାବାଘ ମାନଙ୍କର ଦେହ ଖରାପ ଥିବା ବେଳେ ସେମାନଙ୍କ ଓଜନ ହିସାବରେ ଓଷଧ ଦିଆଯାଇଥାଏ । ସେଥିପାଇଁ ପ୍ରଥମେ ସେମାନଙ୍କୁ ଶାନ୍ତ କରାଇବା ପରେ ଓଜନ ମପା ଯାଇଥାଏ । ଯଦି ପଶୁଟିର ଦେହ ଅଧିକ ଖରାପ ଥାଏ ତେବେ ଏତେ ସବୁ ପ୍ରଣାଳୀ ଦେଇ ଯିବା ବେଳକୁ ପଶୁଟିର ମୃତ୍ୟ ହୋଇଯାଇ ଥାଏ। କିନ୍ତୁ ସିସିଟିଭି ଲାଗିବା ଦ୍ୱାରା ଆମେ ସେମାନଙ୍କର ଶୀଘ୍ର ଚିକିତ୍ସା କରିପାରିବୁ। ୧୩ଟି ସିସିଟିଭି କ୍ୟାମେରା ପ୍ରତିଟି ଚିତାବାଘ ଗୁମ୍ଫାରେ ଲଗାଯାଇଥିବା ବେଳେ ୩ଟି କ୍ୟାମେରା ବାଘ ଏବଂ ସିଂହ ରହୁଥିବା ସ୍ଥାନରେ ଲଗାଯାଇଛି । ଚିଡ଼ିଆଖାନାରେ ୬ଟି ମହାବଳ ବାଘ ଏବଂ ୩ଟି ସିଂହ ଅଛନ୍ତି । ସିସଟିଭି ଲାଗିବା ଦ୍ୱାରା ଆମେ ସେମାନଙ୍କ ଉପରେ ୨୪ ଘଣ୍ଟା ନଜର ରଖିପାରିବୁ । ଯାହାଫଳରେ କି ସେମାନଙ୍କ ଦେହ ଅଧିକ ଖରାପ ହେବା ପୂର୍ବରୁ ଆମେ ସେମାନଙ୍କ ଚିକିତ୍ସା କରିପାରିବୁ” ବୋଲି ସେ କହିଛନ୍ତି ।

“ସେମାନଙ୍କୁ ଚିକିତ୍ସା କରିବା ପାଇଁ ଯେମିତି କିଛି ଅସୁବିଧା ନ ହୁଏ ସେଥିପାଇଁ ଗୁମ୍ଫାକୁ ୬ଫୁଟX୬ଫୁଟ୍‌ ରୁ ୮ଫୁଟ୍‌X୭.୫ଫୁଟ୍‌ କୁ ବଢ଼ାଇ ଦିଆଯାଇଛି । ଏହି ଗୁମ୍ଫା ଏଭଳି ଭାବେ ତିଆରି କରାଯାଇଛି କି ଯେତେବେଳେ ପଶୁଟି ଏହା ଭିତରକୁ ପ୍ରବେଶ କରିବ ସେତେବେଳେ ବାହାରେ ଲାଗିଥିବା ସିସିଟିଭିରେ ତାର ଓଜନ ଦେଖାଯିବ । ଏହା ସହ ଚିତାବାଘର ହଜମ ପ୍ରକ୍ରିୟା ଠିକ୍‌ ରଖିବା ପାଇଁ ଏହା ଭିତରେ ବିଭିନ୍ନ ଔଷଧୀୟ ଗଛ ଲଗାଯାଇଛି” ବୋଲି କହିଛନ୍ତି ସଞ୍ଜୟ ଗାନ୍ଧୀ ନ୍ୟାସ୍‌ନାଲ ପାର୍କର ରେଞ୍ଜ ଫରେଷ୍ଟ୍‍ ଅଫିସର ସୈଲେସ୍‌ ପେଠେ।

“ଆମକୁ ସବୁବେଳେ ଏହି ବଡ଼ ପଶୁ ମାନଙ୍କର ଓଜନ ନ ଜାଣି ସେମାନଙ୍କର ଚିକିତ୍ସା କାରିବାରେ ଅସୁବିଧା ହେଉଥିଲା । କିନ୍ତୁ ଏବେ ଏହି ସୁବିଧା ହେବା ଦ୍ୱାରା ପଶୁମାନଙ୍କୁ ଆନେସ୍ଥେସିଆ ନଦେଇ ସେମାନଙ୍କ ଚିକିତ୍ସା କରିହେବ” ବୋଲି ଗାନ୍ଧୀ ନ୍ୟାସନାଲ ପାର୍କର ପଶୁ ଚିକିତ୍ସକ ସୈଲେସ୍‌ ପେଠେ କହିଛନ୍ତି । ଏଥିପାଇଁ ସେ ଗାନ୍ଧୀ ନ୍ୟାସ୍‌ନାଲ ପାର୍କର ନର୍ଦ୍ଦେଶକ ଏବଂ ଅଧିକାରୀ ମାନଙ୍କୁ ଧନ୍ୟବାଦ୍‌ ମଧ୍ୟ ଜଣାଇଛନ୍ତି।

 

ସମ୍ବନ୍ଧିତ ଖବର