ଆଜି ଲଦାଖରେ ସେନା ଅଭିଯାନ ପ୍ରସ୍ତୁତି ସମୀକ୍ଷା କରିବେ ସିଡିଏସ୍‌ ବିପିନ ରାୱତ

ନୂଆଦିଲ୍ଲୀ: ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ବିପକ୍ଷରେ ତିନି‌ ସେନାର ପ୍ରସ୍ତୁତି ସମୀକ୍ଷା ଏବଂ ଚାରିଟି ବିବାଦସ୍ଥଳୀରେ ପ୍ରସ୍ତାବିତ ସେନା ପ୍ରତ୍ୟାହାର ପ୍ରକ୍ରିୟା ସମ୍ପର୍କରେ ବୁଝିବା ପାଇଁ ଆଜି ‘ଚିଫ୍ ଅଫ୍ ଡିଫେନ୍ସ୍‌ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ପୂର୍ବ ଲଦାଖରେ ଅଛନ୍ତି। ସେନାମୁଖ୍ୟ ଭାବରେ ଜେନେରାଲ୍ ରାୱତ୍ ୨୦୧୭ରେ ଭାରତ-ଭୁଟାନ୍-ଚୀନ୍ ପ୍ଲେଟ୍ୟୁ ଅନ୍ତର୍ଗତ ଡୋକଲାମ୍‌ ଠାରେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ସହ ୭୩ ଦିନ ମୁକାବିଲା କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପରେ ପଶ୍ଚିମ ସେକ୍ଟର୍‌କୁ ଯିବାକଥା ଆଶା କରାଯାଉଛି। ୧୪ କର୍ପସ୍ କମାଣ୍ଡର୍ ଲେଫ୍‌ଟ୍‌ନାଣ୍ଟ୍ ଜେନେରାଲ୍ ହରିନ୍ଦର ସିଂହ ଜେନେରାଲ୍ ରାୱତ୍‌ଙ୍କୁ ସେନା ଅଭିଯାନ ପ୍ରସ୍ତୁତି ସଂକ୍ରାନ୍ତରେ ସୂଚନା ଦେବେ ଏବଂ ଅଧିକ କ’ଣ କରାଯିବ ସେ ବିଷୟରେ ପରାମର୍ଶ ଗ୍ରହଣ କରିବେ।

ଆଲୋଚନା ମାଧ୍ୟମରେ ଭାରତ ଓ ଚୀନ୍ ସୈନ୍ୟ ପ୍ରତ୍ୟାହାର କରିବେ ବୋଲି ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଥିଲେ। କିନ୍ତୁ, ‌କ୍ଷେତ୍ର ବିଶେଷରେ ପିପୁଲ୍ସ ଲିବରେସନ୍ ଆର୍ମି ଦୁଇ ଦେଶର ସରକାରଙ୍କ ମଧ୍ୟରେ ଆଲୋଚନା କରାଇବା ମିଜାଜରେ ନାର୍ହି। ଶାନ୍ତି ଓ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗ ଆଲୋଚନା କରୁଥିଲେ ମଧ୍ୟ ଗଲ୍‌ୱାନ୍, ଗୋଗ୍‌ରା, ଉଷ୍ଣଝର ଏବଂ ପାଙ୍ଗୋଙ୍ଗ୍ ସୋ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଅନେକ ସମୟ ଓ କଥାବାର୍ତ୍ତା ଆବଶ୍ୟକ ପଡ଼ିବ।

ସମ୍ବନ୍ଧିତ ଖବର