ଖରାପ ପାଗ ଯୋଗୁଁ ପର୍ବତରେ ପିଟି ହୋଇଯାଇଥିଲା ସିଡିଏସ ରାଓ୍ବତଙ୍କ ହେଲିକପ୍ଟର : ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ : ସିଡିଏସ ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରଦାନ କରାଯାଇଛି । ଏହି ରିପୋର୍ଟକୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇନଥିଲେ ବି ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ହଠାତ୍ ମେଘ ଘୋଟିଯିବାରୁ ହେଲିକପ୍ଟରଟି ଏକ ପର୍ବତରେ ପିଟି ହୋଇଯାଇଥିଲା ।

ଏୟାର ମାର୍ସାଲ ମାନବିନ୍ଦର ସିଂଙ୍କ ନେତୃତ୍ବରେ ଥିବା ତଦନ୍ତ କମିଟି ନିଜ ରିପୋର୍ଟରେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ସବିଶେଷ ଦର୍ଶାଇଛି । ଏହି ତଦନ୍ତକାରୀ ଦଳ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ଏମଆଇ-୧୭ ହେଲିକପ୍ଟର ନିର୍ମାଣ କରୁଥିବା ଋଷିଆ କମ୍ପାନି ସହ ଯୋଗାଯୋଗ କରିଥିଲା । ଏହା ମାଧ୍ୟମରେ ଦୁର୍ଘଟଣାର କାରଣ ସଂପର୍କରେ ଋଷୀୟ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଥିଲା ।

ଗତ ୮ ତାରିଖରେ ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣା ପରେ ସିଡିଏସ ପଦଟି ହଠାତ ଖାଲି ହୋଇଯାଇଥିଲା ।

 

ସମ୍ବନ୍ଧିତ ଖବର