କୁନୁର୍‌: ‘ସିଡିଏସ୍‌’ ବିପିନ ରାୱତ୍‌, ତାଙ୍କ ପତ୍ନୀ, ପ୍ରତିରକ୍ଷା ସହକାରୀ, ସିକ୍ୟୁରିଟି କମାଣ୍ଡୋ ଏବଂ ଜଣେ ପାଇଲଟ୍‌ ଥିବା ଭାରତୀୟ ବାୟୁସେନାର ଏକ ‘ଏମ୍‌ଆଇ-ସିରିଜ୍’ ହେଲିକପ୍ଟର୍‌ ଆଜି ତାମିଲନାଡୁର କୋଇମ୍ବାଟୁର୍‌ ଏବଂ ସୁଲୁର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ମୃତ୍ୟୁମୁଖ‌ରେ ପଡ଼ିଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।‘ସିଏସ୍‌ଡି’ ବିପିନ ରାୱତ୍‌ ସମ୍ପର୍କରେ ହଠାତ୍‌ କୌଣସି ସୂଚନା ମିଳିନାହିଁ।

Advertisment

ହସ୍ତଗତ ହୋଇଥିବା ତାଲିକା ଅନୁସାରେ, ଉକ୍ତ ହେଲିକପ୍ଟର୍‌ରେ ଥିବା ୯ଜଣ ହେଲେ, ଜେନେରାଲ୍‌ ବିପିନ ରାୱତ୍‌, ତାଙ୍କ ପତ୍ନୀ ମଧୁଲିକା ରାୱତ୍, ବ୍ରିଗ୍ରେଡିୟର୍‌ ଏଲ୍‌ଏସ୍‌ ଲିଡ୍ଡର୍‌, ଲେଫ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ହରଜିନ୍ଦର୍‌ ସିଂହ, ଏନ୍‌କେ ଗୁରସେବକ ସିଂହ, ଏନ୍‌କେ ଜିତେନ୍ଦ୍ର କୁମାର, ଏବଂ ଏଲ୍‌/ଏନ୍‌କେ ବିବେକ କୁମାର, ଏଲ୍‌/ଏନ୍‌କେ ବିବେକ କୁମାର ଏବଂ ହାବିଲ୍‌ଦାର୍‌ ସତ୍‌ପାଲ୍‌।

publive-image

କୋଏମ୍ବାଟୁର୍‌ ନିକଟ ସୁଲୁରୁସ୍ଥିତ ବାୟୁସେନା ବିମାନଘାଟିରୁ ‘ସିଡିଏସ୍‌’ ରାୱତ୍ ହେଲିକପ୍ଟର୍‌ ଯୋଗେ କୁନୁର୍‌ର ୱେଲିଙ୍ଗ୍‌ଟନ୍‌ ଅଭିମୁଖେ ଯାତ୍ରା କରୁଥିଲେ। ଆଜି ସକାଳେ ସେ ସୁଲୁର ଯିବା ପାଇଁ ଦିଲ୍ଲୀରୁ ବାହାରିଥିଲେ।

ଦୁର୍ଘଟଣାସ୍ଥଳରୁ ଉତ୍ତୋଳନ କରାଯାଇଥିବା ଭିଡିଓ‌ରେ ଦେଖାଯାଉଛି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ ଲେଲିହାନ ଅଗ୍ନିଶିଖା ଉଠୁଛି ଏବଂ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ସହାୟତା କରୁଛନ୍ତି। ଏହାଛଡ଼ା କେତେକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଲାସ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ଘଟଣାସ୍ଥଳରୁ ୮୦% ପୋଡ଼ିଯାଇଥିବା ୪ଟି ଶବ ଏବଂ ୩ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପାହାଡ଼ ଉପରେ ଆଉ କେତେକଙ୍କ ଶବ ପଡ଼ିଥିବା ଦେଖାଯାଉଛି।

ଦୁର୍ଘଟଣା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚୁ‌ମ୍ବକେ ସୂଚନା ଦିଆଯାଇଛି। ଅବିଳମ୍ବେ ରାଜନାଥ ସିଂହ ଏ ସଂକ୍ରାନ୍ତରେ ପାର୍ଲାମେଣ୍ଟ୍‌ରେ ଘୋଷଣା କରି‌ବେ।