ନୂଆଦିଲ୍ଲୀ : ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ ପାଇଲଟ୍ଙ୍କ ତ୍ରୁଟି ଯୋଗୁଁ ହୋଇଥିଲା । ୩ ସେବା ତଦନ୍ତର ପ୍ରାଥମିକ ରିପୋର୍ଟକୁ ଆଧାର କରି ଭାରତୀୟ ବାୟୁସେନା ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ପାଗରେ ହଠାତ୍ ପରିବର୍ତ୍ତନ ଯୋଗୁଁ ହେଲିକପ୍ଟରଟି ବାଦଲ ମଧ୍ୟକୁ ପଶି ଯାଇଥିଲା। ଏହାଦ୍ବାରା ପାଇଲଟ୍ ବିଚଳିତ ହୋଇଯାଇଥିଲେ ଏବଂ ବିମାନ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୮ ତାରିଖରେ ସିଡିଏସ୍ ବିପିନ ରାୱତ, ପତ୍ନୀ ମଧୁଲିକା ଏବଂ ଅନ୍ୟ ୧୨ ଜଣ ତାମିଲନାଡ଼ୁର ସୁଲୁର ବାୟୁସେନା ଘାଟିରୁ ଏକ ହେଲିକପ୍ଟର ଯୋଗେ ୱେଲିଙ୍ଗଟନ୍ ଅଭିମୁଖେ ଯାଉଥିବାବେଳେ ବାଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ପାଇଲଟ୍ଙ୍କ ତ୍ରୁଟି ଯୋଗୁଁ ସିଡିଏସ୍ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ହୋଇଥିଲା
/sambad/media/post_attachments/wp-content/uploads/2021/12/rawat-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)