କ୍ବାଲାଲୁମ୍ପୁର : ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସୋମବାର ଦିନ କହିଛନ୍ତି ଯେ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ସୋମବାର ମଧ୍ୟରାତ୍ରିରୁ 'ତୁରନ୍ତ ଏବଂ ନିଃସର୍ତ୍ତ' ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି।
ଆସିଆନ (ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସଂଘ) ଆଞ୍ଚଳିକ ଗୋଷ୍ଠୀର ମୁଖ୍ୟ ଭାବରେ ଅନୱର ଏହି ଆଲୋଚନାରରେ ଅଧ୍ୟକ୍ଷତା କରିଥିଲେ। ସେ କହିଛନ୍ତି ଯେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଉଭୟ ପକ୍ଷରେ ସହମତି ହୋଇଛି।
ସୀମାରେ ଥିବା ଏକ ହିନ୍ଦୁ ମନ୍ଦିର ପ୍ରିହ ଭିହାରକୁ ନେଇ ଗତ ଅନେକ ଦଶନ୍ଧି ଧରି ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟରେ ବିବାଦ ଚାଲିଆସିଛି । ଗତ ସପ୍ତାହରେ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ସୀମାରେ ଏକ ସୁଡଙ୍ଗରେ ବିସ୍ଫୋରଣରେ ପାଞ୍ଚ ଜଣ ଥାଇ ସୈନିକ ଆହତ ହେବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।
ଅନୱର ଇବ୍ରାହିମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ କାମ୍ବୋଡିଆର ପ୍ରଧାନମନ୍ତ୍ରୀ ହୁନ୍ ମାନେଟ୍ ଏବଂ ଥାଇଲ୍ୟାଣ୍ଡର କାମଚଳା ପ୍ରଧାନମନ୍ତ୍ରୀ ଫୁମଥାମ୍ ଭେଚାୟାଚାଇ "୨୮ ଜୁଲାଇ ମଧ୍ୟରାତ୍ରରୁ ତୁରନ୍ତ ଏବଂ ନିଃସର୍ତ୍ତ ଯୁଦ୍ଧବିରତି" ପାଇଁ ରାଜି ହୋଇଛନ୍ତି। ହୁନ୍ ମାନେଟ୍ ଏବଂ ଫୁମଥାମ୍ ବୈଠକର ଫଳାଫଳକୁ ପ୍ରଶଂସା କରିଥିଲେ ଏବଂ ଏକ ସଂକ୍ଷିପ୍ତ ସାମ୍ବାଦିକ ସମ୍ମିଳନୀ ଶେଷ କରିବା ପରେ ହାତ ମିଳାଇଥିଲେ।
ସୀମାରେ ଥିବା ଏକ ହିନ୍ଦୁ ମନ୍ଦିର ପ୍ରିହ ଭିହାରକୁ ନେଇ ଗତ ଅନେକ ଦଶନ୍ଧି ଧରି ଥାଇଲାଣ୍ଡ ଓ କମ୍ବୋଡିଆ ମଧ୍ୟରେ ବିବାଦ ଚାଲିଆସିଛି । ଗତ ସପ୍ତାହରେ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ସୀମାରେ ଏକ ସୁଡଙ୍ଗରେ ବିସ୍ଫୋରଣରେ ପାଞ୍ଚ ଜଣ ଥାଇ ସୈନିକ ଆହତ ହେବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସଂଘର୍ଷରେ ଏପର୍ଯ୍ୟନ୍ତ ଅତି କମରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ସଂଘର୍ଷ ଯୋଗୁଁ ୨ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି।