ତେହେରାନ: ଶେଷରେ ଯୁଦ୍ଧ ବନ୍ଦ ପାଇଁ ରାଜି ହେଲା ଇରାନ । ଇସ୍ରାଏଲ-ଇରାନ ମଧ୍ଯରେ ଚାଲିଥିବା ଯୁଦ୍ଧରେ ପଡିଲା ଯବନିକା । ୧୨ ଦିନର ଯୁଦ୍ଧରେ ବ୍ରେକ୍ ଦେବାକୁ ରାଜି ହୋଇଛି ଇରାନ । ଟ୍ରମ୍ପଙ୍କ ଯୁଦ୍ଧ ବିରତି ଘୋଷଣାକୁ ମାନିଛି ଇରାନ । ଆଉ ଦୁଇ ଦେଶ ମଧ୍ଯରେ ଜାରି ରହିଥିବା ଯୁଦ୍ଧ ବନ୍ଦ କରିବାକୁ ସହମତି ପ୍ରକାଶ କରିଛି ଇରାନ । ତେବେ ସକାଳ ୭.୩୦ରୁ ଯୁଦ୍ଧ ବିରତି ହୋଇଥିବା ଇରାନୀ ମିଡିଆରେ ପ୍ରକାଶ ପାଇଛି ।

Advertisment

ତେବେ ଇରାନ-ଇସ୍ରାଏଲ ମଧ୍ଯରେ ଚାଲିଥିବା ଯୁଦ୍ଧ ଶେଷ ହୋଇଥିବା କଥାକୁ ମାନୁ ନଥିଲା ଇରାନ । ୧୨ ଦିନ ଯୁଦ୍ଧରେ ବିରାମ ଲଗାଇବାକୁ ଟ୍ରମ୍ପ ମଧ୍ଯସ୍ଥତା କରି ସିଜଫାୟାର ଘୋଷଣା କରିଥିଲେ ବି ଏକଥାକୁ ମାନି ନଥିଲା ଇରାନ । ଏଯାଏଁ କୌଣସି ଯୁଦ୍ଧ ବନ୍ଦ ନେଇ ଚୁକ୍ତିନାମା ହୋଇନି ବୋଲି ଇରାନ କହିଥିବା ବେଳେ ଇସ୍ରାଏଲ ଉପରେ ତାଜା ମିସାଇଲ୍ ମାଡ କରିଥିଲା । ଯେଉଁଥିରେ ୬ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ପରେ ଯୁଦ୍ଧ ବନ୍ଦ କଥାକୁ ସ୍ବୀକାର କରିଛି ଇରାନ ।

ସେପଟେ ଇରାନ ଯୁଦ୍ଧ ବନ୍ଦ ନେଇ ଘୋଷଣା କରିବା ପରେ ଇସ୍ରାଏଲ ଆଶ୍ବସ୍ତ ହୋଇଛି । ଇସ୍ରାଏଲ ଲୋକଙ୍କୁ ବଙ୍କରରୁ ବାହାରକୁ ବାହାରିବାକୁ ଅନୁମତି ଦେଇଛି । ଟ୍ରମ୍ପ ପୁଣି ଥରେ ଟୁଇଟ୍ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଦୟାକରି କେହି ଅସ୍ତ୍ର ବିରତି ଉଲ୍ଲଂଘନ ନକରିବାକୁ ଅପିଲ କରିଛନ୍ତି ।

ଅଧିକ ପଢନ୍ତୁ-

ଅମାନିଆ ଇରାନ: ଯୁଦ୍ଧ ବିରତି ପରେ ବି ଇସ୍ରାଏଲ ଉପରେ ଆକ୍ରମଣ, ମିସାଇଲ୍ ମାଡରେ ୬ ମୃତ

ତେବେ ଯୁଦ୍ଧ ବନ୍ଦ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସିଧାସଳଖ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ଇସ୍ରାଏଲ ଯୁଦ୍ଧ ବିରତି ନେଇ ସହମତି ପ୍ରକାଶ କରିଥିଲା । ଇସ୍ରାଏଲ କହିଥିଲା କି ଯଦି ଇରାନ ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣ ନକରିବ ତେବେ ଯୁଦ୍ଧ ବିରତି ପାଇଁ ସହମତି ଦିଆଯିବ । କେବଳ ଇସ୍ରାଏଲ ନୁହେଁ ଇରାନର ବରିଷ୍ଠ ଅଧିକାରୀ କହିଛନ୍ତି, ତେହେରାନ ବି ଯୁଦ୍ଧ ବିରତି ପାଇଁ ରାଜି ହୋଇଛି ।