ଗାଜା : ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ବିରାମ ଲାଗୁ ହୋଇଛି । ଏହା ଫଳରେ ଗତ ଦେଢ ବର୍ଷ ହେଲା ଏଠାରେ ଚାଲିଥିବା ଧ୍ବଂସଲୀଳା ଅଟକି ଯାଇଛି । ଶାନ୍ତିଚୁକ୍ତିର ପ୍ରଥମ ପର୍ଯ୍ୟାୟ ସ୍ଥାନୀୟ ସମୟ ପୂର୍ବାହ୍ଣ ସାଢେ ୧୧ଟା ସମୟରେ ଆରମ୍ଭ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟ ସମୁଦାୟ ୪୨ ଦିନର ହେବ। ଇସ୍ରାଏଲର ୯୮ ଜଣ ବନ୍ଧକଙ୍କ ମଧ୍ୟରୁ ୩୩ ଜଣଙ୍କୁ ହମାସ ମୁକ୍ତ କରିବ। ତା ବଦଳରେ ଇସ୍ରାଏଲ ୭୩୭ ଜଣ କଏଦୀଙ୍କୁ ମୁକ୍ତ କରିବ।
ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇ କହିଥିଲେ ଯେ ଯେପର୍ଯ୍ୟନ୍ତ ହାମାସ ତାଙ୍କ ସରକାରଙ୍କୁ ବନ୍ଧକଙ୍କ ତାଲିକା ନ ଦିଏ ସେ ପର୍ଯ୍ୟନ୍ତ ଗାଜାରେ ଅସ୍ତ୍ରବିରତି ଆରମ୍ଭ ହେବ ନାହିଁ ଯାହା କି ଚୁକ୍ତିର ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇବ । ଅସ୍ତ୍ରବିରତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି ହାମାସ୍ କହିଛି ଏବଂ ବୈଷୟିକ ଏବଂ ଆଞ୍ଚଳିକ କାରଣରୁ ବିଳମ୍ବ ହୋଇଛି ବୋଲି କହିଛି।
ପ୍ରଥମ ପର୍ଯ୍ୟାୟ ସମୁଦାୟ ୪୨ ଦିନର ହେବ। ଇସ୍ରାଏଲର ୯୮ ଜଣ ବନ୍ଧକଙ୍କ ମଧ୍ୟରୁ ୩୩ ଜଣଙ୍କୁ ହମାସ ମୁକ୍ତ କରିବ। ତା ବଦଳରେ ଇସ୍ରାଏଲ ୭୩୭ ଜଣ କଏଦୀଙ୍କୁ ମୁକ୍ତ କରିବ। ବନ୍ଧକ ଓ କଏଦୀଙ୍କ ବିନିମୟ ପାଇଁ ତିନୋଟି ପଏଣ୍ଟ ସୃଷ୍ଟି କରାଯାଇଛି। ଏହି ପଏଣ୍ଟ କେରିମ୍ ଶାଲୋମ୍, ଆରେଜ୍ ଓ ରିମ୍ ରେ ରହିବ। ଏଠାରେ ଡାକ୍ତର ଓ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଉପସ୍ଥିତ ରହି ଡିସଚାର୍ଜ ହୋଇଥିବା ଲୋକଙ୍କ ପରୀକ୍ଷା କରିବେ ।