କାଇରୋ : ଗାଜା ଉପତ୍ୟକାରେ ଶାନ୍ତି ଆଶା ଦେଖାଦେଇଛି । କାରଣ ଅସ୍ତ୍ରବିରତି ଓ ବନ୍ଧକଙ୍କ ମୁକ୍ତି ପାଇଁ ହମାସ ଓ ଇସ୍ରାଏଲ ମଧ୍ୟରେ ବୁଝାମଣା ହେବାର ସମ୍ଭାବନା ରହିଛି । ଶାନ୍ତି ଆଲୋଚନାରେ ସାମିଲ ଥିବା ଦୁଇ ଜଣ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ହମାସ ଓ ଇସ୍ରାଏଲ ମଧ୍ୟରେ ମଧ୍ୟସ୍ଥତା କରୁଥିବା କତାର କହିଛି ଯେ ଉଭୟ ପକ୍ଷ ବୁଝାମଣାର ସବୁଠାରୁ ନିକଟତର ମୁହୂର୍ତ୍ତରେ ପହଞ୍ଚିଛି।
ଇଜିପ୍ଟ ଏବଂ ହାମାସର ଜଣେ ଅଧିକାରୀ ଶାନ୍ତି ଚୁକ୍ତି ସମ୍ବନ୍ଧୀୟ ଖବରକୁ ନିଶ୍ଚିତ କରିଛନ୍ତି। ଇସ୍ରାଏଲର ଜଣେ ଅଧିକାରୀ କହିଛନ୍ତି ଯେ ଆଲୋଚନା ଆଗେଇ ଚାଲିଛି କିନ୍ତୁ ଚୁକ୍ତି ଚୂଡ଼ାନ୍ତ ହୋଇଛି। ଚୂଡ଼ାନ୍ତ ଅନୁମୋଦନ ପାଇଁ ଏହି ଯୋଜନାକୁ ଇସ୍ରାଏଲ କ୍ୟାବିନେଟରେ ଦାଖଲ କରିବାକୁ ପଡ଼ିବ। ନାମ ଗୋପନ ରଖିବା ସର୍ତ୍ତରେ ତିନି ଜଣ ଅଧିକାରୀ ବନ୍ଦ କବାଟ ଭିତରେ ଆଲୋଚନା ବିଷୟରେ କହିଥିଲେ।
ଆମେରିକା, ଇଜିପ୍ଟ ଏବଂ କତାର ଗତବର୍ଷର ୧୫ ମାସର ଯୁଦ୍ଧର ଅନ୍ତ ଘଟାଇବା ଏବଂ ୨୦୨୩ ଅକ୍ଟୋବର ୭ ରେ ହାମାସର ଆକ୍ରମଣରେ ବନ୍ଧକ ଥିବା ଲୋକଙ୍କୁ ମୁକ୍ତ କରିବା ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଛନ୍ତି। ପାଖାପାଖି ୧୦୦ ଜଣ ଇସ୍ରାଏଲ ବନ୍ଦୀ ଗାଜା ଭିତରେ ଅଛନ୍ତି ଏବଂ ଇସ୍ରାଏଲ ସେନା ବିଶ୍ୱାସ କରୁଛି ଯେ ସେମାନଙ୍କ ମଧ୍ୟରୁ ଅତି କମରେ ଏକ ତୃତୀୟାଂଶ ମୃତ୍ୟୁବରଣ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2024/06/gaza.jpg)