ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର: କରୋନା ସଙ୍କଟ ମଧ୍ୟରେ ଭାରତର ପାକିସ୍ତାନ ଏବଂ ଚୀନ୍ ସୀମାରେ ଉତ୍ତେଜନା ଲାଗି ରହିଛି। ମଙ୍ଗଳବାର ମଧ୍ୟ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ପୁଞ୍ଚ ଜିଲ୍ଲାର ବାଲାକୋଟ୍ ସେକ୍ଟରରେ ପାକିସ୍ତାନରୁ ମୋର୍ଟାର ମାଡ଼ ହୋଇଛି | ଏଥିରେ କୌଣସି କ୍ଷତି ଘଟିନଥିବାବେଳେ ଭାରତୀୟ ସେନା ମଧ୍ୟ କଡା ଜବାବ ଦେଇଛି । ଗତ ସପ୍ତାହରେ ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ବହୁ ମାତ୍ରାରେ ବୃଦ୍ଧି ପାଇଛି।

ଏହାପୂର୍ବରୁ ମେ ୨୨ ରେ ପାକିସ୍ତାନୀ ସେନା ପୁଞ୍ଚ ଜିଲ୍ଲାର କୃଷ୍ଣ ଭ୍ୟାଲି ସେକ୍ଟରରେ ମୋର୍ଟାର ଏବଂ ଗୁଳି ଚଳାଇଥିଲା। ଭାରତୀୟ ସେନା ଏହାର ଜବାବ ଦେବା ପରେ ପାକିସ୍ତାନ ଶାନ୍ତ ହୋଇଯାଇଥିଲା, କିନ୍ତୁ କିଛି ସମୟ ପରେ ରାଜୌରୀ ଜିଲ୍ଲାର ନୋଶେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ମେ ୨୨ ପୂର୍ବରୁ, ମେ ୨୦ ରେ ପୁଞ୍ଚ ଜିଲ୍ଲାର କିର୍ନି ଏବଂ କସବା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା।

ରାତି ୧ ଟାରେ ପାକିସ୍ତାନୀ ସେନା ମୋର୍ଟାର ଗୁଳି ଚଳାଇଥିଲା। ଭାରତୀୟ ସେନା ଏହାର ଜବାବ ଦେଇଥିଲେ । ଏହାପୂର୍ବରୁ ସକାଳ ୯.୩୦ ସମୟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଚଳାଇଥିଲା। ମେ ୨୦ ରେ ପାକିସ୍ତାନ ପୁଞ୍ଚ ଜିଲ୍ଲାର ଡିଜିୱର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବାବେଳେ ୧୯ ମେରେ ପାକିସ୍ତାନ ପୁଞ୍ଚ ଜିଲ୍ଲାର ବାଲାକୋଟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା |

ସମ୍ବନ୍ଧିତ ଖବର