ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଜମ୍ମୁ-କଶ୍ମୀରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଜର: ପୁଲଓ୍ଵାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଏହି ଆକ୍ରମଣରେ ପରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଦୋହଲି ଯାଇଛି। ଏହାପରେ ପାକିସ୍ତାନ କ’ଣ କରିବ କିଛି ବୁଝି  ପାରୁ ନାହିଁ।  ଏହି ଘଟଣା ପରେ ଜମ୍ମୁ-କଶ୍ମୀରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସୀମା ଆରପଟୁ  ପାକିସ୍ତାନ ଅକରଣେ ଗୁଳି ଚାଳନା ଆରମ୍ଭ କରି ଦେଇଛି।

ପାକିସ୍ତାନ ପକ୍ଷରୁ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ନୌସେରା, ରାଜୌରି ଓ ଅଖନୁର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। କେବଳ ଏତିକି ନୁହେଁ, ପାକିସ୍ତାନ ସେନା ମେନ୍‌ଧର ଓ ପୁଞ୍ଚର   କୃଷ୍ଣା ଘାଟି ସେକ୍ଟରରେ ବି ଗୁଳି ଚାଳନା ଆରମ୍ଭ କରିଛି। ପାକିସ୍ତାନ ରେଞ୍ଜର୍ସର ଏହି ଦୁଃସାହାସକୁ ଭାରତୀୟ ସେନାର ଯବାନ ବି କଡ଼ା ଜବାବ ଦେଇଛନ୍ତି।

ଭାରତୀୟ ବାୟୁସେନାର ଆକାଶ ମାର୍ଗ ଆକ୍ରମଣରେ ପାକିସ୍ତାନର ଜୈସ୍‌-ଇ-ମହମ୍ମଦ ସଙ୍ଗଠନର କ୍ୟାମ୍ପ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ତେବେ ଏହି କ୍ୟାମ୍ପରେ ଶୋଇଥିବା ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର