ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତୀୟ ସେନାର କଡ଼ା ଜବାବ, ନିହତ ହେଲେ ଦୁଇ ପାକ୍ ସୈନିକ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ସୀମାରେ ପୁଣି ଥରେ ପାକିସ୍ତାନୀ ସୈନିକମାନେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିବର୍ଷା କରିଥିବା ଜଣାଯାଇଛି। ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିବାର ବି ସୂଚନା ମିଳିଛି। ଏଥିରେ ପାକିସ୍ତାନର ୨ଜଣ ସୈନିକ ନିହତ ହୋଇଥିବା ବେଳେ ଗୋଟିଏ ପୋଷ୍ଟ ଧ୍ଵଂସ ହୋଇଥିବା ଜଣାଯାଇଛି।


ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପାକ୍ ସେନା ଟଙ୍ଗଧାର ଓ କଂଜଲୱାନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳି ବର୍ଷା କରିଥିଲା। ଏହାପରେ ଭାରତର ସୈନିକ ଏହାର କଡ଼ା ଜବାବ ଦେଇଥିଲେ। ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୨ ଜଣ ସୈନିକ ନିହତ ହୋଇଥିବା ବେଳେ ଗୋଟିଏ ପୋଷ୍ଟ ଧ୍ଵଂସ ହୋଇଯାଇଛି।
ସୂଚନାଯୋଗ୍ୟ,ଏହା ପୂର୍ବରୁ ଗତ ୧୯ ତାରିଖରେ ଜମ୍ମୁ ଓ କାଶ୍ମୀର ସୀମାରେ ଥିବା ପୁଞ୍ଚ୍ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ବର୍ଷଣ କରିଥିଲା। ଭାରତୀୟ ସେନା ଏହାର ବି କଡ଼ା ଜବାବ ଦେଇଥିଲେ।
ତା’ ଆଗରୁ ଗତ ୪ ତାରିଖରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନରେ ୨ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର