ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଶନିବାର ଦିନ ଦେଶର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ହିମାଚଳପ୍ରଦେଶ ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ୟାମ ସରନ ନେଗିଙ୍କର ଗତ ନଭେମ୍ବର ୨ରେ ୧୦୬ ବର୍ଷ ବୟସରେ ପରଲୋକ ହୋଇଛି। ନେଗି ୧୯୫୧ରୁ ଲଗାତାର ଭାବେ ଭୋଟ୍ ଦେଇ ଆସିଛନ୍ତି। ଗତ ୨ ତାରିଖରେ ମଧ୍ୟ ସେ ତାଙ୍କ ପୋଷ୍ଟାଲ ଭୋଟ୍ ଦେବାର ୨ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଛି।
ଦେଶର ପ୍ରଥମ ଭୋଟରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସିଇସି ରାଜୀବ କୁମାର
/sambad/media/post_attachments/wp-content/uploads/2022/11/cec.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)