କରୋନା ସହାୟତା : ମୁଖ୍ୟ ନିର୍ବାଚନ ଆୟୁକ୍ତ ଏକ ବର୍ଷ ପାଇଁ ୩୦% କମ ବେତନ ନେବେ

ନୂଆଦିଲ୍ଲୀ : ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଆୟୋଗର ଅନ୍ୟ ଦୁଇ ସଦସ୍ୟ କରୋନା ମୁକାବିଲା ପାଇଁ ପାଣ୍ଠି ଯୋଗାଣରେ ସହାୟତା କରିବାକୁ ଆଗେଇ ଆସିଛନ୍ତି । ସେମାନେ ନିର୍ବାଚନ ଆୟୋଗରୁ ଯେଉଁ ବେତନ ପାଉଛନ୍ତି ସେଥିରୁ ମୂଳ ଦରମାର ୩୦ ପ୍ରତିଶତ ସ୍ୱେଚ୍ଛାକୃତ ଭାବେ ଏକ ବର୍ଷ ପାଇଁ କରୋନା ସହାୟତା ପାଣ୍ଠିକୁ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ତଥା ଦୁଇ ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରଙ୍କ ବେତନରୁ ୨୦୨୦ ଏପ୍ରିଲ ପହିଲାରୁ ଏହି ଅର୍ଥ କଟାଯିବ ।

ଏବେ କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଣ ଆରମ୍ଭ ହୋଇଛି । ରାଜକୋଷ ଉପରେ ଚାପ ହ୍ରାସ କରିବାକୁ ବେତନ କ୍ଷେତ୍ରରେ ଦରମା କାଟ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି । ଏହି ମହତ ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ତାଙ୍କର ଦୁଇ ସହଯୋଗୀ ନିଜର ବେତନ କାଟ ପାଇଁ ସ୍ୱେଚ୍ଛାକୃତ ନିଷ୍ପତ୍ତି ନେଇ ନିର୍ବାଚନ ଆୟୋଗକୁ ତାହା କାର୍ଯ୍ୟକାରୀ କରିବାକୁ ଅବଗତ କରିଛନ୍ତି ।

ସମ୍ବନ୍ଧିତ ଖବର