ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନେଇ ସିଇସିଙ୍କ ଭର୍ଚୁଆଲ୍‌ କନ୍‌ଫରେନ୍ସ, ତ୍ବରିତ ଭୋଟର୍‌ କୈନ୍ଦ୍ରିକ ସେବା ଯୋଗାଣ ଉପରେ ଗୁରୁତ୍ବ

ବିଭିନ୍ନ ସ୍ତରରେ ତାଲିମ ଏବଂ ଭିତ୍ତିଭୂମି ବିକାଶ ଯୋଜନା

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ (ଇସିଆଇ) ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନେଇ ଏକ ଭର୍ଚୁଆଲ୍‌ ସମ୍ମିଳନୀ କରିଛନ୍ତି। ଏଥିରେ ଭୋଟର୍‌ କୈନ୍ଦ୍ରିକ ସେବାକୁ ସର୍ବାଧିକ ଗୁରୁତ୍ବ ଦେବାପାଇଁ ନିର୍ବାଚନ କମିସନ କହିଛନ୍ତି। ଭୋଟର୍‌ଙ୍କ ସମସ୍ୟାର ତ୍ବରିତ ସମାଧାନ ପାଇଁ ସଂଚାର ରଣନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଇଭିଏମ୍‌ ଏବଂ ଭିଭିପାଟ୍‌ ସଂରକ୍ଷଣ ମାମଲାରେ ଭିତ୍ତିଭୂମି ବିକାଶ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଭୋଟର୍‌ ତାଲିକାରେ ପଂଜୀକରଣ, ସଂଶୋଧନ ସମେତ ଏ ବାବଦରେ ଆପ୍‌ ବିକାଶ ପାଇଁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ନିଆଯାଇଛି।

ନିୟମିତ ବ୍ୟବଧାନରେ ଏ ବାବଦରେ ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ରା ଗୁରୁତ୍ବାରୋପ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀମାନେ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବା ସହ ଭିତ୍ତିଭୂମି ବିକାଶ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟ ନିର୍ବାଚନ କମିସନର କହିଥିଲେ। ନିର୍ବାଚନ କମିସନର ରାଜୀବ କୁମାର, ଅନୁପ ଚନ୍ଦ୍ର ପାଣ୍ଡେ, ମୁଖ୍ୟ ସଚିବ ଉମେଶ ସିହ୍ନା ଉଦ୍‌ବୋଧନ ଦେି ମାନବ ସମ୍ବଳ, ଯୋଗାଯୋଗ, ଭୋଟର୍‌ ସଚେତନତା ଆଦି କ୍ଷେତ୍ରରେ ରଣନୀତି ନେଇ ବିସ୍ତୃତ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର