ତେଲେଙ୍ଗାନା ଗଠନକୁ ୧୦ ବର୍ଷ, ୨ରୁ ୨୧ ଦିନିଆ ଉତ୍ସବ ପାଳନ

‌ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟ ଗଠନ ଇତିମଧ୍ୟରେ ୧୦ ବର୍ଷରେ ପଦାର୍ପଣ କରିଛି। ଏହି ଉତ୍ସବକୁ ଧୁମ୍‌ଧାମ୍‌ରେ ରାଜ୍ୟ ସରକାର ଆସନ୍ତା ମାସ ୨ ତାରିଖରୁ ୨୧ ଦିନ ଧରି ପାଳନ କରିବେ। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ଏଥିପାଇଁ ଏକ ସମୀକ୍ଷା ବୈଠକ କରିବା ସହିତ ପ୍ରତିଷ୍ଠା ଦିବସ ପାଳନର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି।

ଏଥିସହିତ ମାସକ ପୂର୍ବେ ଉଦ୍‌ଘାଟନ ହୋଇଥିବା ଡ. ବି.ଆର୍‌. ଆମ୍ବେଦକର ସଚିବାଳୟ କୋଠା ଦେଶକୁ ଗର୍ବିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନୂଆ ସଚିବାଳୟ କୋଠା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକୁ ଗୋଟିଏ ସ୍ଥାନକୁ ଆଣିବା ଉପରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ପାରମ୍ପରିକ ବୃତ୍ତିର ଲୋକଙ୍କୁ ସହାୟତା ପ୍ରଦାନ ବିଷୟରେ ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ। ରଜକ, ନଇ ବ୍ରାହ୍ମଣ, ପୁସଳ, ବୁଡ଼ାଗଜଙ୍ଗଳ ଏବଂ ଅନ୍ୟ ଜାତିର ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସବ୍‌ କମିଟି ଅଧ୍ୟକ୍ଷ ତଥା ପଛୁଆ ବର୍ଗ ମଙ୍ଗଳ ବିଭାଗ ମନ୍ତ୍ରୀ ଗଙ୍ଗୁଲା କମଲାକର ସୂଚନା ଦେଇଥିଲେ ଯେ ଏହି ବର୍ଗର ଲୋକଙ୍କୁ ପୂର୍ବରୁ ଘୋଷଣା କରାଯାଇଥିବା ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପର୍ଯ୍ୟାୟକ୍ରମେ ଦିଆଯିବ। ଏହାପରେ ମୁଖ୍ୟମନ୍ତ୍ରୀ ସହିଦ ସ୍ମାରକୀଠାରେ ପହଞ୍ଚି ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ବୈଠକରେ ରାଜ୍ୟର ସରକାରଙ୍କ ଅନେକ ମନ୍ତ୍ରୀ, ବିଧାନ ପରିଷଦ ସଦସ୍ୟ, ବିଧାୟକ, ମୁଖ୍ୟ ସଚିବ ଏବଂ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର