ସେଲିବ୍ରିଟିମାନେ ଚାପରେ ଟ୍ବିଟ୍‌ କରୁଛନ୍ତି: ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନକୁ ନେଇ ବିଦେଶୀ ସେଲିବ୍ରିଟିମାନଙ୍କ ଉତ୍ତେଜନା ବଢ଼ାଇବା ଭଳି ଟ୍ବିଟ୍‌ର ଜବାବରେ ଭାରତରେ ସେଲିବ୍ରିଟିମାନେ ଯେଭଳି ପ୍ରତିକ୍ରିୟା ରଖିଛନ୍ତି ତାହାକୁ କଂଗ୍ରେସ ନେତା ତଥା ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ସମାଲୋଚନା କରିଛନ୍ତି। ସିହ୍ନା କହିଛନ୍ତି ଭାରତର ଚାଷୀ ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗ ହୋଇସାରିଛି। ଭାରତରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ବିଦେଶୀ ସେଲିବ୍ରିଟିଙ୍କ ଟ୍ବିଟ୍‌ ବିରୋଧରେ ମତ ରଖିଛନ୍ତି ସେମାନେ ଚାପରେ ଏଭଳି କରୁଛନ୍ତି ବୋଲି ସିହ୍ନା କହିଛନ୍ତି।

ସମ୍ବନ୍ଧିତ ଖବର