ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ତମ ଜନ୍ମଦିନରେ ବଲିଉଡ ସେଲିବ୍ରିଟିମାନେ ଶୁଭେଚ୍ଛା ଜଣାଇଛନ୍ତି। ସୁପରଷ୍ଟାର ଶାହରୁଖ ଖାନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଅତି ବ୍ୟସ୍ତବହୁଳ ଜୀବନରୁ ଟିକେ ମଜା ପାଇଁ ସମୟ ବାହାର କରନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି। ସେହିଭଳି ଅଭିନେତା ଅକ୍ଷୟ କୁମାର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି ବର୍ଷ ପରେ ବର୍ଷ ଆମକୁ ସେମିତି ପ୍ରେରଣା ଦେଉଥାନ୍ତୁ। ଅଭିନେତା ସଲମାନ ଖାନ, ସନ୍ନି ଦେଓଲ, କଙ୍ଗନା ରାଣାୱତ, ଅନୁପମ ଖେର, କିରଣ ଖେର, କାଜଲ, ସୋନୁ ସୁଦ୍ ଏବଂ ଅଭିନେତ୍ରୀରୁ ନେତ୍ରୀ ବନିଥିବା ହେମାମାଳିନୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି।
ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା
/sambad/media/post_attachments/wp-content/uploads/2023/09/5654gd654gjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)