ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ଏକ ପରାମର୍ଶାବଳୀ ଜାରି କରାଯାଇଛି। ଏଥିରେ କୁହାଯାଇଛି କରୋନାର ଦ୍ବିତୀୟ ଲହରରେ ପ୍ରଭାବିତ ହୋଇଥିବା ଦୁର୍ବଳ ବର୍ଗର ବ୍ୟକ୍ତିବିଶେଷ ଯଥା ଅନାଥ ହୋଇଯାଇଥିବା ଶିଶୁ, ଅସୁବିଧାରେ ଥିବା ମହିଳା ଏବଂ ବରିଷ୍ଠ ନାଗରିକଙ୍କୁ ଯଥାସମୟରେ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ। ଯଦିଓ ଅନେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପଦକ୍ଷେପ ନେଇଛନ୍ତି ତଥାପି ବର୍ତ୍ତମାନ ପରିପ୍ରେକ୍ଷୀରେ ନୂଆ ଆହ୍ବାନ ସୃଷ୍ଟି ହୋଇଛି। ତେଣୁ ଏହି ସମୀକ୍ଷାର ଆବଶ୍ୟକତା ପଡ଼ିଲା ବୋଲି ଗୃହ ମନ୍ତ୍ରାଳୟ କହିଛି।
ମହାମାରୀରେ ଅନାଥ ହୋଇଯାଇଥିବା ଶୁଶୁ, ସ୍ବାସ୍ଥ୍ୟ ସେବା ଆବଶ୍ୟକ କରୁଥିବା ବରିଷ୍ଠ ନାଗରିକ, ସରକାରୀ ବ୍ୟବସ୍ଥା ନିକଟରେ ପହଞ୍ଚିବା ପାଇଁ ସହାୟତା ଆବଶ୍ୟକ କରୁଥିବା ଏସ୍ସି, ଏସ୍ଟି ବର୍ଗର ଲୋକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ଏହି ନିର୍ଦ୍ଦେଶାବଳିକୁ ଗୃହ ମନ୍ତ୍ରାଳୟର ମହିଳା ସୁରକ୍ଷା ଶାଖା ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକମାନଙ୍କ ନିକଟକୁ ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/W165-0174-13-834x566-1.jpg)