ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟରେ ଶନିବାର ଦିନ ଦେଶଦ୍ରୋହ ଆଇନର ବୈଧତା ନେଇ ଶୁଣାଣି ସମୟରେ କେନ୍ଦ୍ର ସରକାର ଏହି ଆଇନ ସପକ୍ଷରେ ଦୃଢ଼ ଯୁକ୍ତି ରଖିଛନ୍ତି। ଏ ବାବଦରେ ୧୯୬୨ରେ ୫ ଜଣିଆ ସମ୍ବିଧାନ ପୀଠ ଦେଇଥିବା ରାୟ ଯଥାର୍ଥ ଏବଂ ଏହା ଏକ ଉତ୍ତମ ଓ ପାରଦର୍ଶୀ ଆଇନ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି।

Advertisment

ଏହା ଉପରେ ପୁନିର୍ବଚାର କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ସେ କହିଛନ୍ତି ଯେ ସମୟ ସହିତ ତାଳ ଦେଇ ଏହି ଆଇନ ତା’ର ଶ୍ରେଷ୍ଠତା ପ୍ରତିପାଦିତ କରି ଆସିଛି ଏବଂ ଆଧୁନିକ ସାମ୍ବିଧାନିକ ସିଦ୍ଧାନ୍ତ ଅନୁଯାୟୀ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଆସୁଛି । ଆଇପିସି ଦେଶଦ୍ରୋହ ଆଇନର ଧାରା ‘୧୨୪ଏ’ର ସାମ୍ବିଧାନିକ ବୈଧତାକୁ ଏଭଳି ଆଇନଗତ ଚ୍ୟାଲେଂଜ ମାମଲାର ଶୁଣାଣି ତିନି ଜଣିଆ ଖଣ୍ଡପୀଠ କରିପାରିବେ ନାହିଁ। କେନ୍ଦ୍ର ସରକାର ଆଜି ଏଭଳି ଯୁକ୍ତି ଉପସ୍ଥାପନ କରିଥିବା ବେଳେ ବଡ଼ ଖଣ୍ଡପୀଠରେ ମାମଲାର ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ଆଗାମୀ ୧୦ ତାରିଖ ଦିନ ନିଷ୍ପତ୍ତି ନେବେ।