ନୂଆଦିଲ୍ଲୀ: ବୁଲ୍ବୁଲ୍ ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ଓଡ଼ିଶା ଓ ପଶ୍ଚିମବଙ୍ଗକୁ ସହାୟତା ଘୋଷଣା କରିଛନ୍ତି। ଓଡ଼ିଶାକୁ ୫୫୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସେହିଭଳି ପଶ୍ଚିମବଙ୍ଗକୁ ୪୧୪ କୋଟି ୯୦ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ନଭେମ୍ବର ୯ ତାରିଖରେ ପଶ୍ଚିମବଙ୍ଗରେ ବୁଲ୍ବୁଲ୍ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ ରଚାଇଥିଲା। ଓଡ଼ିଶାରେ ବୁଲ୍ବୁଲ୍ ବାତ୍ୟାରେ କୌଣସି ମୃତାହତ ହୋଇନଥିଲେ ହେଁ ପଶ୍ଚିମବଙ୍ଗରେ ୧୧ ଜଣ ପ୍ରାଣ ହରାଇଥିଲେ, ଓ ୩୫.୫୭ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଓଡ଼ିଶାରେ ମଧ୍ୟ ୩୮.୦୮ ଲକ୍ଷ ଲୋକ ବୁଲ୍ବୁଲ୍ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲେ। ଓଡ଼ିଶାର ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଯାଜପୁର ସମେତ ୬ଟି ଜିଲ୍ଲାରେ ସରକାରୀ ଓ ଘରୋଇ ସମ୍ପତ୍ତିର କ୍ଷୟକ୍ଷତି ଘଟିଥିଲା। କେନ୍ଦ୍ର ସରକାର ବୁଲ୍ବୁଲ୍ ବାତ୍ୟାର କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଗଠନ କରିଥିଲେ। ଏହି କେନ୍ଦ୍ରୀୟ ଟିମ୍ ଦୁଇ ରାଜ୍ୟ ଗସ୍ତ କରି କ୍ଷୟକ୍ଷତିର ଆକଳନ କରି ଫେରି ଆସିଥିଲେ। ହେଲେ ଦୁଇ ରାଜ୍ୟ ମାନଙ୍କ ଦ୍ବାରା କ୍ଷୟକ୍ଷତି ନେଇ ଆର୍ଥିକ ସହାୟତା ସମ୍ପର୍କିତ ସ୍ମାରକପତ୍ର ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯାଇ ପାରିନାହିଁ। ଅପରପକ୍ଷେ ଦୁଇ ରାଜ୍ୟର ରିଲିଫ୍ ପ୍ୟାକେଜ୍ ଓ ଅନ୍ୟାନ୍ୟ ସହାୟତା ପାଇଁ ଏସଡିଆରଏଫ୍ ପାଣ୍ଠି ୨୦୧୯-୨୦ ପାଇଁ କେନ୍ଦ୍ରୀୟ ଅଂଶଧନକୁ ରିଲିଜ୍ କରାଯାଇଛି। ତଦନୁସାରେ ଓଡ଼ିଶାକୁ ୫୫୨ କୋଟି ଟଙ୍କା ଓ ପଶ୍ଚିମବଙ୍ଗକୁ ୪୧୪ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସୂଚନାଯୋଗ୍ୟ ଏସଡିଆରଏଫ୍ ଫଣ୍ଡ ଅନ୍ତର୍ଗତ ଏପ୍ରିଲ ୧, ୨୦୧୯ ସୁଦ୍ଧା ପଶ୍ଚିବଙ୍ଗରେ ୨୪୭.୭୦ କୋଟି ଓ ଓଡ଼ିଶାରେ ୪୪୭.୫୨ କୋଟି ଟଙ୍କା ଉବଲବ୍ଧ ରହିଥିଲା।
ବୁଲ୍ବୁଲ୍ ପାଇଁ ଓଡ଼ିଶାକୁ ଆଗୁଆ ୫୫୨ କୋଟି, ପଶ୍ଚିମବଙ୍ଗକୁ ୪୧୫ କୋଟି ମିଳିଲା
/sambad/media/post_attachments/wp-content/uploads/2019/12/sdfg56s6gh4sgh4s5gh4s56g4s56g4s56g4s.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)