ଆଜମେର: ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ କେନ୍ଦ୍ରର ପ୍ରଚେଷ୍ଟା ବିଷୟରେ ଉଲ୍ଲେଖ କରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତି ମାସରେ ୧୬ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଉଛି। ମଙ୍ଗଳବାର କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍ପିଏସ୍) ଦ୍ବାରା ଆଜମେରଠାରେ ଆୟୋଜିତ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ବୈଷ୍ଣବ ଏହା କହିଛନ୍ତି। ମନ୍ତ୍ରୀ ବୈଷ୍ଣବ କହିଲେ ଯେ, ବିଶ୍ବ ମାନ୍ଦାବସ୍ଥା ସମୟରେ ବି ଭାରତ ପୂର୍ଣ୍ଣ ସୁଯୋଗର ସହିତ ଏକ ଶକ୍ତିର ଉତ୍ସଭାବେ ଉଭା ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତି ମାସରେ ୧୫-୧୬ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଉଛି। କେନ୍ଦ୍ର ସରକାରଙ୍କ ନୀତି ଦ୍ବାରା ସମାଜର ପ୍ରତି ବର୍ଗର ଲୋକଙ୍କ ଜୀବନ ସହଜ ହୋଇଉଠିଛି। ଏହି ଅବସରରେ ମନ୍ତ୍ରୀ ଯୁବବର୍ଗକୁ ପରାମର୍ଶ ଦେଇଥିଲେ ଯେ ସେମାନେ ଜୀବନରେ ସର୍ବଦା ‘ଦେଶ ଆଗ, ସର୍ବଦା ଆଗ’ ନୀତି ଆପଣାନ୍ତୁ। ଯେଉଁମାନେ ନିଜର ପ୍ରତ୍ୟେକ କର୍ମ ଭିତରେ ‘ଦେଶ ଆଗ’ ନୀତି ଅବଲମ୍ବନ କରନ୍ତି, ସେମାନେ ସଫଳତା ଲାଭ କରନ୍ତି ବୋଲି ମନ୍ତ୍ରୀ କହିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp