ତିନି ଆଇପିଏସ୍‌ଙ୍କୁ ନେଇ କେନ୍ଦ୍ର-ମମତା ବିବାଦ ତେଜୁଛି

କୋଲକାତା : ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣା ନେଇ ବିବାଦ ଘନେଇବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତର୍କ-ବିତର୍କ ଚରମ ସୀମାରେ। ନଡ୍ଡାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ତିନି ଆଇପିଏସ୍‌ ଅଫିସରଙ୍କୁ ଶନିବାର କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବା ପାଇଁ କେନ୍ଦ୍ରରୁ ନିର୍ଦ୍ଦେଶ ଆସିବା ପରେ ତୃଣମୂଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଛି। ଆଇପିଏସ୍‌ ରାଜୀବ ମିଶ୍ର, ପ୍ରବୀଣ କୁମାର ଏବଂ ଭୋଳାନାଥ ପାଣ୍ଡେଙ୍କୁ ନଡ୍ଡାଙ୍କ ସୁରକ୍ଷା ଦାୟିତ୍ବ ଦିଆଯାଇଥିବାବେଳେ ତୃଣମୂଳ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ତାଙ୍କ ଗାଡ଼ି ଉପରକୁ ଟେକାପଥର ମାଡ଼ କଲେ କିପରି କଲେ ବୋଲି ପ୍ରଶ୍ନ କରାଯାଉଛି। ତୃଣମୂଳ କଂଗ୍ରେସର ବରିଷ୍ଠ ସାଂସଦ କଲ୍ୟାଣ ବାନାର୍ଜୀ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ଚିଠି ଲେଖିଛନ୍ତି, ନଡ୍ଡାଙ୍କ ଗାଡ଼ି ଉପରେ ଆକ୍ରମଣକୁ ନେଇ ରାଜ୍ୟ ମୁଖ୍ୟସଚିବ ଓ ଡିଜିଙ୍କୁ ଦିଲ୍ଲୀ ଡକାଯିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। ସାଂସଦ ସୌଗତ ରାୟ କହିଛନ୍ତି, କେଉଁ ଆଇପିଏସ୍‌ ଅଫିସରଙ୍କୁ ଡେପୁଟେସନ୍‌ରେ ପଠାଯିବ, ଏ ନେଇ କେନ୍ଦ୍ର ରାଜ୍ୟକୁ ପ୍ରସ୍ତାବ ଦେବା କଥା। ସିଧାସଳଖ ତିନିଜଣଙ୍କୁ ଡେପୁଟେସନ୍‌ରେ ପଠାଇବାକୁ ନିର୍ଦ୍ଦେଶ ଦିଆଯିବା ଅଯୌକ୍ତିକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର