କୋଲକାତା: ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ମୁକାବିଲା ସଂପର୍କରେ ଅନୁଧ୍ୟାନ ପାଇଁ ରାଜ୍ୟରେ ପହଞ୍ଚିଥିବା କେନ୍ଦ୍ରୀୟ ଟିମ୍କୁ ଜୋର୍ଦାର ବିରୋଧ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଏଭଳି ନିଷ୍ପତ୍ତି ଏକତରଫା ଏବଂ କେନ୍ଦ୍ର ସରକାର କରୋନା ମୁକାବିଲା ନେଇ ରାଜ୍ୟକୁ ଅନ୍ଧାରରେ ରଖୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଗୃହମନ୍ତ୍ରାଳୟ ପକ୍ଷରୁ ଗତକାଲି କୁହାଯାଇଥିଲା ଯେ ପଶ୍ଚିମବଂଗର କୋଲକାତା ସମେତ ଅନ୍ୟ କେତେକ ଅଂଚଳରେ ସ୍ଥିତି ଗମ୍ଭୀର ରହିଛି। ସେଠାରେ ଲକ୍ଡାଉନ୍ ଉଲ୍ଲଂଘନ ହେଉଥିବାରୁ ସଂକ୍ରମଣ ବ୍ୟାପୁଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଏବଂ କେନ୍ଦ୍ରୀୟ ଟିମ୍ ପଠାଯାଇଥିଲା । କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରି ମମତା କହିଛନ୍ତି ଯେ କେନ୍ଦ୍ରୀୟ ଟିମ୍ କେଉଁ କେଉଁ କ୍ଷେତ୍ରରେ କିଭଳି ଅନୁଧ୍ୟାନ କରିବେ ସେ ସଂପର୍କରେ ଆମକୁ କିଛି କୁହାଯାଇନାହିଁ ଏବଂ ଟିମ୍ ସିଧାସଳଖ ତା'ର କାର୍ଯ୍ୟ ଆରମ୍ଭ କରିଦେଇଛି। ଏଭଳି କାର୍ଯ୍ୟକୁ ଆମେ ଆଦୌ ସମର୍ଥନ କରିବୁ ନାହିଁ ବୋଲି ମମତା କହିଛନ୍ତି। ସୂଚନାଯୋଗ୍ୟ କେନ୍ଦ୍ର ସରକାର ୬ଟି ଟିମ୍ ଗଠନ କରି ବିଭିନ୍ନ ରାଜ୍ୟରୁ ବିସ୍ତୃତ ରିପୋର୍ଟ ସଂଗ୍ରହଣ କରୁଛନ୍ତି। ମମତାଙ୍କ ବିରୋଧ ପରିପ୍ରେକ୍ଷୀରେ ଆଜି ଗୃହମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରି କେନ୍ଦ୍ରୀୟ ଟିମ୍ର କାମରେ ବାଧା ସୃଷ୍ଟି ନ କରିବା ପାଇଁ କୁହାଯାଇଛି।
କରୋନା ମୁକାବିଲା ନେଇ କେନ୍ଦ୍ର- ମମତା ମୁହାଁମୁହିଁ
କେନ୍ଦ୍ରୀୟ ଟିମ୍କୁ ମମତାଙ୍କ ଜୋର୍ଦାର ବିରୋଧ, ମୋଦୀଙ୍କୁ ଚିଠି ଲେଖିଲେ: ଆମକୁ ଅନ୍ଧାରରେ ରଖାଯାଉଛି
/sambad/media/post_attachments/wp-content/uploads/2019/12/modi-mamata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)